ଏକ ଦିବସୀୟ କୃଷକ ତାଲିମ୍ ଶିବିର ଅନୁଷ୍ଠିତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ପାବୁରିଆ ପଞ୍ଚାୟତରେ ଥିବା ନିପୀଡୀତ କାର୍ଯ୍ୟାଳୟ ଠାରେ ଏକ ଦିବସୀୟ କୃଷକ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ତାଲିମ୍ ଶିବିରରେ ଜି.ଉଦୟ ଗିରି କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ଡ.ଦେବାଶିଷ ମିଶ୍ର ଏବଂ ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ ମୁଖୀ ଯୋଗଦେଇ ଉନ୍ନତ ମାନର ମକା ଚାଷ ସମ୍ବନ୍ଧରେ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଟିକାବାଲି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ସହକାରୀ ବୈଷୟିକ ପରିଚାଳକ ମହେଶ କୁମାର ଦିଗାଲ୍ ପରିଚାଳନା କରିଥିଲେ।


