କବିସୂର୍ଯ୍ୟବଳଦେବ ଚାଷୀ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା): କବିସୂର୍ଯ୍ୟନଗର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଓ କୃଷି କାର୍ଯ୍ୟାଳୟରେ ଏ.ଏ.ଓ ନିଯୁକ୍ତି, କୋଭିଡ -୧୯ କଟକଣା ଯୋଗୁଁ ନାମ ପଞ୍ଜିକରଣ ହୋଇନଥିବା ଚାଷୀଙ୍କ ନାମ ତୁରନ୍ତ ପଞ୍ଜିକରଣ କରିବା , ମାଁ ମହାମୟୀ ପାଣି ପଞ୍ଚାୟତ କୁ ଧାନ ମଣ୍ଡି ଖୋଲିବାକୁ ଅନୁମତି ପ୍ରଦାନ କରିବା ସମେତ ୧୧ଦଫା ଦାବି ନେଇ ବୁଧବାର କବିସୂର୍ଯ୍ୟବଳଦେବ ଚାଷୀ ଏଣ୍ଡ କୃଷକ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ( ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ କବିସୂର୍ଯ୍ୟବଳଦେବ ଚାଷୀ ଏଣ୍ଡ କୃଷକ ସଂଘ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ସମ୍ପାଦିକା ଇ.ମହେଶ୍ୱରୀ ଦୋରା, ଉପଦେଷ୍ଟା ବାଉଁରୀବନ୍ଧୁ ସ୍ୱାଇଁ, ରାମହରି ସ୍ୱାଇଁ, ଦଣ୍ଡାସୀ ପରିଡା, ପତିତପାବନ ପଳତା, ବିପ୍ର ସିଙ୍ଗ, ତୀର୍ଥ ନାହାକ, ମଙ୍ଗଳା ଦାଶ, ଟୁକୁନା ଜେନା, ରାମଚନ୍ଦ୍ର ଖଟେଇ ଓ ସରୋଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


