ବାମନଘାଟୀ ଠିକାଦାର ସଂଘର ବଂଧୁ ମିଳନ ଓ ବୈଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପିସିଏମ କଲ୍ଯାଣ ମଣ୍ଡପରେ ବାମନଘାଟୀ କଣ୍ଟ୍ରାକ୍ଟର ଆସୋସିଏସନର ବଂଧୁମିଳନ ଓ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ସୁବାସ ମଣ୍ଡଳ ସଭାପତିତ୍ବ କରିଥିଲେ । ବୈଠକରେ ବିଭିନ୍ନ ଅଂଚଳର ଠିକାଦାରମାନେ ଉପସ୍ଥିତ ଥିଲେ । ବୈଠକରେ ଠିକାଦାର ଜନିତ ସମସ୍ଯା ନେଇ ଆଲୋଚନା ହୋଇଥିଲା । ସର୍ବସମ୍ମତିକ୍ରମେ ୭ ଟି ସର୍ତ ଗୁରୁତ୍ବ ଦେବାକୁ ସମସ୍ତ ଠିକାଦାର ମାନଙ୍କୁ କୁହାଯାଇଥିଲା । ସର୍ତ୍ତ ଗୁଡିକ ହେଲା ୧-=୩କୋଟି ଟଙ୍କା ପର୍ଯ୍ଯନ୍ତ ଟେଣ୍ଡର କାମକୁ ସିଡ୍ବିଲ ରେଟରେ ପକାଇବା ୨=ସି ଏବଂ ଡି କାମ ପାଇଁ ବାମନଘାଟୀ ଠିକାଦାର ସଂଘ ପକାଇବେ ୩=ପିଚୁକାମ ଏବଂ ଏସଡିବିସି କାମ ପାଇଁ ଅନ୍ଯ ଠିକାଦାରମାନେ ସିଡ୍ବିଲ ରେଟରେ ପକାଇବେ ୪=ଏ, ସ୍ପେସାଲ ଏବଂ ସୁପର କ୍ଲାସ ଠିକାଦାରମାନେ ଜିଲ୍ଲାସ୍ତରୀୟ କାମରେ ଯୋଗାଯୋଗ କରି ଅଂଶ ଗ୍ରହଣ କରିପାରିବେ । ୫=ଏସି ଏବଂ ଏସଟି ଠିକାଦାରମାନେ କାମ ପାଇଁ ପ୍ରିଫାରେନ୍ସ ମାଗି ପାରିବେ ନାହଁ ୬=ଯଦି କେହି ଆଗରୁ ଟେଣ୍ଡର ପାଇଥାନ୍ତି ତାହାହେଲେ ଟେଣ୍ଡର ଖୋଲା ହେଲାପରେ ଲେସ ରେଟ ବାହାରେ ତାର ଟେଣ୍ଡର ବାତିଲ କରାଯିବ ୭= ଏହି ସର୍ତ୍ତକୁ କୌଣସି ଠିକାଦାର ଅବମାନନା କଲେ ତା’ପ୍ରତି ସଂଘ କଠୋର ନିଷ୍ପତ୍ତି ନେବାପାଇଁ ବାଧ୍ଯ ହେବ ବୋଲି ମତପ୍ରକାଶ ପାଇଥିଲା । କାର୍ଯ୍ଯକ୍ରମ ରେ ସଂପାଦକ ସୁଜିତ ପ୍ରଧାନ,ରାମୁ ଅଗ୍ରୱ୍ବାଲ,ପ୍ରଦୀପ ରାଉତ,ଅଶୋକ ଅଗ୍ରୱ୍ବାଲ,ପ୍ରସନ୍ନ ସାହୁ ସମେତ ଶତାଧିକ ଠିକାଦାର ବଂଧୁ ସାମିଲ ହୋଇ ନିଜସ୍ବ ମତ କରିବା ହିଥିଲେ ।ଆସନ୍ତା ନବବର୍ଷ ୨୦୨୧ ସମସ୍ତଙ୍କର ପ୍ରଭୁ ଜଗନ୍ନଥା ମଙ୍ଗଳ କରନ୍ତୁ ବୋଲି ସଭାପତି ସୁବାସ ମଣ୍ଡଳ କହିଥିଲେ ।