ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନେଇ କେ.ୟୁ. ଜେର ଦାବୀ ପତ୍ର ପ୍ରଦାନ

ରାଇକିଆ,(ଓ୍ବାଇଏନ୍ଏସ୍): ବାରମ୍ବାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣ କୁ କନ୍ଧମାଳ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ ( କେ. ୟୁ. ଜେ) ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାଜ୍ୟ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ୟୁନିଅନ ପକ୍ଷରୁ ଦାବୀ କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ କନ୍ଧମାଳ ଜିଲ୍ଲା ପ୍ରଶାସନ କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । କନ୍ଧମାଳ ୟୁନି ଅନ ଅଫ ଜର୍ଣ୍ଣାଲିଷ୍ଟ ଜିଲା ସଭାପତି ପ୍ରଶାନ୍ତ କୁମାର ବେହେରା,ସାଧାରଣ ସମ୍ପାଦକ ବ୍ରଜମୋହନ ନାୟକଙ୍କ ସମେତ ର ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାର ଯଦୁପୁର ଠାରେ କାର୍ଯ୍ୟରତ ପ୍ରତିନିଧି ଏବଂ ବାଲେଶ୍ଵର ଜିଲ୍ଲା ସୋର ର କାର୍ଯ୍ୟରତ ପ୍ରତିନିଧି ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ