ଭାରତ-ପାକ୍ ଉତ୍ତେଜନା, ପରମାଣୁ ଯୁଦ୍ଧ ନେବ ୧୩ କୋଟି ଜୀବନ!

ୱାସିଂଟନ୍: ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୧୩ କୋଟି ଲୋକଙ୍କର ପ୍ରାଣ ଯିବ । ୨୦୨୫ ମସିହା ସୁଦ୍ଧା ଏହି ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା କରି ଏଭଳି ଆକଳନ କରାଯାଇଛି । ୧୯୪୫ରେ ଜାପାନର ହିରୋସିମାରେ ଯେଉଁ ଶକ୍ତିଶାଳୀ ପରମାଣୁ ବୋମାର ବିସ୍ଫୋରଣ ଆମେରିକା କରିଥିଲା ଭାରତ-ପାକିସ୍ତାନ ଯୁଦ୍ଧରେ ଅନୁରୂପ ଶକ୍ତି ସମ୍ପନ୍ନ ପରମାଣୁ ବୋମାର ବ୍ୟବହାର ହୋଇପାରେ । ଏଥିରେ ୧୫ କିଲୋଟନ୍ରୁ ଅଧିକ ବିସ୍ଫୋରକ ଉପଯୋଗ ହେବାର ଆଶଙ୍କା ଥିବାରୁ ଏହା ପରିବେଶ ପ୍ରତି ଭୟଙ୍କର ସାବ୍ୟସ୍ତ ହେବ ବୋଲି ଅଧ୍ୟୟନରେ କୁହାଯାଇଛି । ଯୁଦ୍ଧରେ ବ୍ୟବହାର ହେବାକୁ ଥିବା ପରମାଣୁ ବୋମା କେବଳ ଯେଉଁ ସ୍ଥାନରେ ବିସ୍ଫୋରଣ ହେବ, ସେହି ସ୍ଥାନ ପ୍ରତି ଯେ ବିପଦ ସୃଷ୍ଟି ହେବ ତାହା ନୁହେଁ, ସମଗ୍ର ବିଶ୍ୱ ପାଇଁ ମଧ୍ୟ ଏହା ଆତଙ୍କର କାରଣ ହେବ ବୋଲି ଉକ୍ତ ଅଧ୍ୟୟନର ସହ-ଲେଖକ ତଥା ଆମେରିକାର ରୁଗ୍ଟୁର୍ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନୀ ପ୍ରଫେସର ଆଲାନ୍ ରୋବକ୍ ସୂଚନା ଦେଇଛନ୍ତି । ଭାରତ-ପାକିସ୍ତାନ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ସମ୍ପର୍କିତ ଏହି ଅଧ୍ୟୟନ ସାଇନ୍ସ ଆଡ୍ଭାନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । କେବଳ ସେତିକି ନୁହେଁ, ଧୂଆଁର ବଳୟ ଯୋଗୁଁ ସୂର୍ଯ୍ୟଙ୍କ ରଶ୍ମୀ ପୃଥିବୀ ପୃଷ୍ଠରେ ପଡ଼ି ନପାରିବାରୁ କୃଷି ଉପରେ ଗଭୀର ପ୍ରଭାବ ପଡ଼ିବ । ଫଳରେ ଗୋଟିଏ ଦଶନ୍ଧି ଧରି ଉକ୍ରଟ ଖାଦ୍ୟାଭାବ ଦେଖାଦେବ । ଭୂପୃଷ୍ଠରେ ସୂର୍ଯ୍ୟାଲୋକ ୨୦ରୁ ୩୫ ପ୍ରତିଶତ କମିଯାଇପାରେ । ତାପମାତ୍ରା ୨ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ ଏବଂ ବର୍ଷା ଓ ତୁଷାର ପାତ ୧୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇପାରେ । ଯୁଦ୍ଧ ପରେ ଏସବୁ ସ୍ଥିତି ସ୍ୱାଭାବିକ ହେବା ପାଇଁ ୧୦ ବର୍ଷ ସମୟ ଲାଗିଯାଇପାରେ ବୋଲି କୁହାଯାଇଛି । କଶ୍ମୀରକୁ କେନ୍ଦ୍ର କରି ହେବାକୁ ଥିବା ଏହି ଯୁଦ୍ଧରେ ୪୦୦ରୁ ୫୦୦ ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯିବା ନେଇ ମଧ୍ୟ ଏଥିରେ ଆଶଙ୍କା ବ୍ୟକ୍ତ କରାଯାଇଛି । ଭାରତ-ପାକିସ୍ତାନ ମଧ୍ୟରେ ସାମ୍ଭାବ୍ୟ ପରମାଣୁ ଯୁଦ୍ଧରେ ଯେଉଁ ପରିମାଣର ବିସ୍ଫୋରକ ବ୍ୟବହାର ହେବ ତା ‘ର ପ୍ରଭାବ ଯୁଦ୍ଧ ପରେ ଦଶ ବର୍ଷ ଧରି ଜାରି ରହିବ । ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଏ ଯୁଦ୍ଧର କାରଣ ହେବେ ଏବଂ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ଏ ଅଧ୍ୟୟନରେ କୁହାଯାଇଛି । ଅତୀତରେ କଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ଏକାଧିକ ଯୁଦ୍ଧ ଲ?ିଛନ୍ତି । ଚଳିତବର୍ଷ ପୁଲ “ାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ନିହତ ହେବା ପରେ ଭାରତର ବାୟୁସେନା ପାକିସ୍ତାନର ବାଲାକୋଟ୍ ସ୍ଥିତ ଜୈସ-ଏ-ମହମ୍ମଦ ଆତଙ୍କବାଦୀ କେନ୍ଦ୍ରକୁ ନଷ୍ଟ କରିଦେଇଥିଲା । ଏହାପରେ ଦୁଇ ଦେଶର ବାୟୁସେନା ମୁହାଁମୁହିଁ ପରିସ୍ଥିତିକୁ ମଧ୍ୟ ଆସିଯାଇଥିଲେ । ଏଥସହିତ ନିକଟ ଅତୀତରେ କଶ୍ମୀରରୁ ଭାରତ ସରକାର ଉଚ୍ଛେଦ କରିଥିବା ଧାରା ୩୭୦ ଘଟଣାକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରିନି । ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ