ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବନ ବିଭାଗ ପକ୍ଷରୁ ବୁଡୁରୁଙ୍ଗୁ ପାଞ୍ଚାୟତରେ ଏକ ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଡିସେମ୍ବର ୨୭ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ କରୋନା ନିୟମ ମାନିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ଓ ଉତ୍ତର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ନିଜ ନିଜ ବକ୍ତବ୍ୟରେ ବୃକ୍ଷ ହିଁ ଆମକୁ ଜୀବନ ବାୟୁ ଅମ୍ଳଜାନ ଦେଉଥିବା ବେଳେ ସମସ୍ତେ ବୃକ୍ଷ ରୋପଣ କରିବା ସହ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା, ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ, ମୋହନ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସରରେ ଚାରି ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ପରିବେଶ ସୁରକ୍ଷା ପାଇଁ ସମୁହ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଅବସର ପ୍ରାପ୍ତ ବନବିଭାଗ କର୍ମଚାରୀ ଶୁଳପାଣି ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମାଣିତରା ସେକ୍ସନ ବନପାଳ ସରସ୍ୱତୀ ନାୟକ ଓ ବନରକ୍ଷୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ