ଇମ୍ଫା ର ମନମୁଖୀ କାର୍ଯ୍ୟ କୁ ବିରୋଧ କରି ଆଗକୁ ଆସିଲେ ଶତାଧିକ ଟ୍ରକ ମାଲିକ ।

ଚୌଦ୍ୱର,(ଦୀପକ୍ କୁମାର ବେଉରା): ପାରାଦୀପ ରୁ ବାହାର ଟ୍ରକ ମାନଙ୍କ ଚୌଦ୍ୱାର କୁ ଟ୍ରକ ଭଡା ହେଉଛି ୭୦୦ଟଙ୍କା ଅଥଚ ଚୌଦ୍ୱାରରୁ ସ୍ଥାନୀୟ ଟ୍ରକ ମାଲିକ ମାନଙ୍କ ପାଇଁ ପାରାଦୀପ ପରିବହନ ଭଡା କିନ୍ତୁ ୫୦୦ଟଙ୍କା । ଇମ୍ଫା କତ୍ତୃପକ୍ଷଙ୍କ ଏଭଳି ବୈମାତୃକ ମନୋଭାବ ବିରୋଧରେ ଏକାଠି ହୋଇଛନ୍ତି ସ୍ଥାନୀୟ ଟ୍ରକ ମାଲିକମାନେ । ଚୌଦ୍ୱାର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ରବିବାର ଦିନ ଇମ୍ଫା ଫାଟକ ନିକଟରେ ଥିବା କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।୧୯୯୦ମସିହାରୁ ସଙ୍ଘ ଇମ୍ଫାର ମାଲ ପାରାଦୀପ, ଭାଇଜାକ ଆଦି ସ୍ଥାନକୁ ପରିବହନ କରିଆସୁଛି ।ହେଲେ ଇମ୍ଫା କତ୍ତୃପକ୍ଷ ଜାଣିଶୁଣି ସଙ୍ଘ ଟ୍ରକ ମାଲିକ ମାନଙ୍କୁ ଶୋଷଣ କରି ବାହାର ମାଳିକମାନଙ୍କୁ ଅଗ୍ରାଧିକାର ଦେଇ ଆସୁଛି ବୋଲି ସଂଘର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।ଫଳରେ ଶହ ଶହ ଟ୍ରକ ଋଣ ଶୁଝି ନପାରି ଖତ ଖାଉଛି । ଏ ସଂକ୍ରାନ୍ତରେ ସଙ୍ଘ ପକ୍ଷରୁ ବୈଜନ୍ତ ପଣ୍ଡାଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିଲ ।ତେଣୁ ବର୍ତ୍ତମାନ ସ୍ଥାନୀୟ ଟ୍ରକ ମାଲିକ ମାନେ ହତାଶ ହୋଇ ପଡିଲେଣି । ତୁରନ୍ତ ଇମ୍ଫା କତ୍ତୃପକ୍ଷ ସ୍ଥାନୀୟ ଟ୍ରକ ମାଲିକ ମାନଙ୍କ କଥା ନ ଶୁଣିଲେ ସଙ୍ଘ ପକ୍ଷରୁ ଆସନ୍ତା ଜାନୁଆରୀ ୭ ତାରିଖଠୁ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରବୀନ୍ଦ୍ର କୁମାର ବର୍ଦ୍ଧନ,ବିଜୟ କେତନ ଦାସ,ପ୍ରାଣକୃଷ୍ଣ ପୋଲାର,ଗଗନ ବିହାରୀ ନାୟକ,ନରେନ୍ଦ୍ର ରାଉତରାୟ, ସୌମ୍ୟରଞ୍ଜନ ନାୟକ, ଲକ୍ଷ୍ମୀନାରାୟଣ ନାୟକ ପ୍ରମୁଖ ଙ୍କ ସମେତ ଶତାଧିକ ଟ୍ରକ୍ ମାଲିକ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ