ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାର ଲୋଗୋ ଷ୍ଟିକରିଂ କରି ପ୍ରତାରଣା କରିବା ନେଇ ବିଜେପିର ଅଭିଯୋଗ
ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବେଆଇନ ଭାବେ ବିଜୁ ପକ୍କାଘର ଯୋଜନାରେ ଲୋଗୋ ଷ୍ଟିକରିଂ କରି ହିତାଧିକାରୀ ମାନଙ୍କୁ ପ୍ରତାରଣା କରିବା ନେଇ ବନ୍ତ ବ୍ଳକ ବିଜେପି ପକ୍ଷରୁ ବନ୍ତ ଥାନାରେ ଅଭିଯୋଗ ହୋଇଛି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ନବ କିଶୋର ବଳ, ଗୋପାଳକୃଷ୍ଣ ଦାଶ, ପଙ୍କଜିନୀ ଲେଙ୍କା, ତପନ ବାରିକ, ଅକ୍ଷୟ ନାୟକ, ରାଜୀବ ସାହୁ, ସନ୍ତୋଷ ନାୟକ, ପ୍ରମୋଦ ଜେନା, ଗଦାଧର ରାଉତ, ଉମାକାନ୍ତ ଜେନା, ପ୍ରଫୁଲ୍ଲ ଓଝା, ଗୟାଧର ଗିରି ପ୍ରମୁଖ ଆଇଆଇସି ମିନା ବିନ୍ଧାଣୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।