କାର ଧକ୍କାରେ ବାଇକ ଆରୋହୀ ଗୁରୁତର

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ମାଳଦା ବଜାର ନିକଟରେ ଆଜି ଏକ କାର ଧକ୍କା ଦେବାରୁ ଜଣେ ପଥଚାରୀ ଗୁରୁତର ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟାବେଳେ କାର ନଂ ଓଆର୧୪ଏମ୪୮୮୮ ଗାଡିରେ ବନ୍ତ ବ୍ଲକ ନିଳୋକ ଅଞ୍ଚଳର ତିନି ଯୁବକ ଯାଜପୁର ଅଭିମୁଖେ ଯାଉଥିଲେ । ଗାଡିରେ ଚାଳକଙ୍କ ସମେତ ଜଣେ ଯବାନ ଓ ଅନ୍ୟ ଜଣେ ଯୁବକ ଥିଲେ । ମାଳଦା ବଜାରରେ ଚାହା ଦୋକାନ କରିଥିବା ବୈକୁଣ୍ଠ ଦାସ ଦୋକାନ ବନ୍ଦ କରି ଘରକୁ ଆସୁଥିବାବେଳେ ତାଙ୍କୁ ରାସ୍ତାରେ କାରଟି ଧକ୍କା ଦେଇଥିଲା । ପରେ ଗାଡିଟି ଫେରାର ହୋଇଯାଉଥିବାବେଳେ ସ୍ଥାନୀୟ ଲୋକେ ରଘୁନାଥପୁର ଅଞ୍ଚଳରୁ ଧରି ପୁଲିସ ଜିମା ଦେଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ବୈକୁଣ୍ଠ ଯାଜପୁର ମେଡିକାଲରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ