ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ  ଏକ ସଚେତନତା କାର୍ଯ୍ୟକ୍ରମ ଜି.ଉଦୟଗିରି ବ୍ୟବସାୟୀ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ପରିଚାଳକ ଏମ.କେ.ସିଂ ଓ ସ୍ଥାନୀୟ ଆଇପିଓ ଅମିତ ପ୍ରଧାନ ଯୋଗଦେଇ ଜିଲ୍ଲା ଶିଳ୍ପ କେନ୍ଦ୍ରର ଭୂମିକା ବିଷୟରେ ଉପସ୍ଥିତ ଥିବା ବ୍ୟବସାୟୀମାନଙ୍କୁ କହିଥିଲେ। ଏହାସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ସ୍ଥାପନ କରିବାକୁ ବ୍ୟବସାୟୀମାନଙ୍କୁ ଆହ୍ବାନ କରିଥିଲେ। ସ୍ଥାପନ କରିବା ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ସହ କିପରି ସହଜରେ ଆବେଦନ କରିପାରିବେ ସେ ସମ୍ପର୍କରେ ବ୍ୟବସାୟୀମାନଙ୍କୁ ବୁଝାଇଥିଲେ। ଆଗାମୀ ଦିନରେ ସ୍ଥାନୀୟ ବ୍ଳକରେ ହେବାକୁ ଥିବା ତାଲିମ ଶିବିରରେ ଆଗ୍ରହୀ ବ୍ୟବସାୟୀମାନେ ବହୁ ମାତ୍ରାରେ ଯୋଗଦେବାକୁ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ