ଗଛ ଓ ପୋଷ୍ଟର ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ: ଯାତାୟତ ବାଧାପ୍ରାପ୍ତ

 

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଂଗଠନ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ରଡ଼ିଗୁମା ନିକଟରେ ରବିବାର ବିଳମ୍ବିତ ରାତ୍ରରେ ଗଛ ପକାଇ ବାଲିଗୁଡା ଠାରୁ ମୁନିଗୁଡା ରାସ୍ତା ଅବରୋଧ କରିବାସହ ପୋଷ୍ଟର ଛାଡ଼ିଥିବା ଦେଖିବାକୁ ମିଳିଛି । ସରକାରଙ୍କ ବହୁମୁଖି ସମାଧାନ ଦମନ ଅଭିଯାନକୁ ବିରୋଧ କରନ୍ତୁ, ବିର୍ଲା,ସୁପେଲ ଓ ସିଟି ବର୍ଗର ଆକ୍ରମଣକୁ ବିରୋଧ କରନ୍ତୁ, ସହିଦଙ୍କ ରକ୍ତର ବଦଲା ନିଅନ୍ତୁ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ସେପଟେ ଖବରପାଇ ସୋମବାର ସକାଳେ କୋଟଗଡ଼ ପୋଲିସ୍ ଘଟଣାସ୍ଥଳରେ ପହଁଚି ପୋଷ୍ଟର ଜବତ କରିଥିବା ଜଣାପଡ଼ିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାସ୍ତାରେ ଗଛ ପଡ଼ିରହିଥିବା ବେଳେ ରାସ୍ତା କଡ଼ ଦେଇ ଗାଡ଼ି ମୋଟର ଯାତାୟାତ କରୁଥିବା ଜଣାପଡ଼ିଛି ।ସୂଚନା ଯୋଗ୍ୟ ଯେ, ଗତକାଲି ମଧ୍ୟ ମାଓ ସଙ୍ଗଠନ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳ ୫୯ନଂ ଜାତୀୟ ରାଜପଥ କଡ଼ର ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରି କରି ନିଜର ସ୍ଥିତି ଜାହିର କରିଥିଲା କେକେବିଏନ୍ ମାଓ ସଂଗଠନ । ତେବେ ପୁଣିଥରେ ମାଓବାଦୀମାନେ ନିଜର ସ୍ଥିତି ଜାହୀର କରିବା ପାଇଁ ସକ୍ରୀୟ ହୋଇପଡିଛନ୍ତି ଜିଲ୍ଲାରେ। ପୋଲିସ ପକ୍ଷରୁ ମଧ୍ୟ ଜିଲ୍ଲାରେ ମାଓ ଗତିବିଧି ଉପରେ ନଜର ରଖିବା ସହ କମ୍ବିଂ ଅପରେସନ କୁ ମଧ୍ୟ ଜୋରଦାର କରିଛି। ମାଓ ସଂଗଠନକୁ ଜିଲ୍ଲାରେ ମୂଳପୋଛ କରିବାପାଇଁ ପଣ କରିଛି କନ୍ଧମାଳ ପୋଲିସ। ସେପଟେ ମାଓବାଦୀଙ୍କୁ ଆତ୍ମ ସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାଲାଗି ଆହ୍ୱାନ କରିଛି କନ୍ଧମାଳ ପୋଲିସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ