ମୋ ସରକାର କକ୍ଷକୁ ଉଦଘାଟନ କଲେ ଜିଲ୍ଲପାଳ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୋ ସରକାର କକ୍ଷ ଉଦଘାଟିତ ହୋଇଯାଇଛି । ଏହାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଉଦଘାଟନ କରିବା ସହ ଲୋକମାନେ କିପରି ଏହାର ସୁବିଧା ପାଇପାରିବେ, ସେଥିନିମନ୍ତେ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉସାହେବ, ଆସିଷ୍ଟାଣ୍ଡ ମିଜାରତ ନିରଞ୍ଜନ ଚୌଧୁରୀ, ସ୍ୱେଚ୍ଛାସେବୀ ସଂଯୋଜକ ଅରୁଣ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।


