ସୃଜନ ସାହିତ୍ୟ ସଂସ୍କୃତି ସଂସଦର ତୃତୀୟ ବାର୍ଷିକ ମହୋତ୍ସବ-୨୦୨୦
ଛତ୍ରପୁର, (ଦେବଦତ୍ତ ମହାରଣା):ସୃଜନ ସାହିତ୍ୟ ସଂସ୍କୃତି ସଂସଦର ତୃତୀୟ ବାର୍ଷିକ ମହୋତ୍ସବ -୨୦୨୦ ଉତ୍ସବ ତାମ୍ପରା ହ୍ରଦ ନିକଟରେ ସଭାପତି ଲକ୍ଷ୍ମଣ ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ମୁଖ୍ୟବକ୍ତା ଭାବେ କବି ତଥା ସୁସାହିତ୍ୟିକ, ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର ଯୋଗ ଦେଇ ଅନୁଷ୍ଠାନର ଉତରୋତର ଉନ୍ନତି କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ତଥା ଓଡ଼ିଆ ବିଭାଗର ମୁଖ୍ୟ ଇମ୍ତିହାନ୍ ସାହା , ଅନୁଷ୍ଠାନର ଉପଦେଷ୍ଟା ନିରଞ୍ଜନ ତ୍ରିପାଠୀ, ଶ୍ରୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ଛତ୍ରପୁର ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ଓ କବି ଅଜିତ କୁମାର ସେଠୀ ସଂଯୋଜନା କରିଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ କବି ତଥା ଲେଖକ ପ୍ରଶାନ୍ତ ଶତପଥୀ ଓ ଓଡ଼ିଶୀ ସଙ୍ଗୀତ ଗୀତିକାରକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢ଼ୌକନ, ମାନପତ୍ର ପ୍ରଦାନ କରି ସମ୍ମାନିତ କାଯାଇଥିଲା । ଏହାସହ ଅନୁଷ୍ଠାନର ସ୍ମରଣିକା ସୃଜନୀ ଉନ୍ମୋଚନ ହେବା ସହ କବି ଲକ୍ଷ୍ମଣ ପଣ୍ଡାଙ୍କ ରଚିତ ପିଲାଙ୍କ ରତ୍ନମାଳା, ସୁଧାଜଂଳି ମିଶ୍ରଙ୍କ ରଚିତ ପ୍ରୀତିସୁଧା ଓ କବୟତ୍ରୀ ଶୈଳବାଳା ପାଣିଗ୍ରାହୀଙ୍କ ରଚିତ ଗୀତାତତ୍ତ୍ୱ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କବି ବସନ୍ତ ମହାପାତ୍ର, ସିଆରସିସି ରୀତା ରଥ, ସାମାଜିକ କର୍ମୀ ଅରୁଣ ଶତପଥୀ, ଦିଲ୍ଲୀପ ପଲାଇ, ତ୍ରିନାଥ ସାହୁ, ବଳରାମ ପଲାଇ, ନିଗମ ଆଚାର୍ଯ୍ୟଙ୍କ ସମେତ ଛତ୍ରପୁର ଆଖପାଖ ଅଂଚଳର କବି, ସାହିତ୍ୟିକ ଓ ଲେଖକମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଶେଷରେ କବି ମନ୍ମଥ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।


