ବାଲିଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପାଳଦା ମଣିନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ବାହାଣିଆ ଛକ ନିକଟରେ ଏକ ବାଲି ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ମୂତାବକ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୩୦ମି. ସମୟରେ ଷୋଳମପୁର ଅଞ୍ଚଳର ଏକ ଟ୍ରାକ୍ଟର ବୈତରଣୀ ନଦୀରୁ ବେଆଇନ ବାଲି ନେଇ ମାଳଦା ଅଭିମୁଖେ ଆସୁଥିଲା । ବିପରୀତ ପଟରୁ ଯାଜପୁର ବଡବଜାର ସ୍ଥିତ ରଘୁଭଟ୍ଟ(୪୦) ମୋଟରସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ବାଲି ଟ୍ରାକ୍ଟରଟି ବାହାଣିଆ ଛକ ଠାରେ ମୋଟସାଇକେଲଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଗୁରୁତରଙ୍କୁ ଉଦ୍ଧାର କରି ଯାଜପୁର ମେଡିକାଲ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେଠୁ ତାଙ୍କୁ କଟକ ପଠାଯାଇଥିବା ସୂଚନା ମିଳିଛି ।


