ପୂଜା ପାଇଁ ୧୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍, ନିୟମିତ ଟ୍ରେନଗୁଡିକରେ ଅତିରିକ୍ତ ବଗି ସଂଯୋଗ

ଭୁବନେଶ୍ୱର, : ପୂଜା ଛୁଟି ସମୟରେ ଯାତ୍ରୀ ଭିଡ଼ାକୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ଓ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି । ଏଥିସହ ନିୟମିତ ଟ୍ରେନଗୁଡିକରେ ମଧ୍ୟ ଅତିରିକ୍ତ ବଗି ସଂଯାଗ ହେଉଛି । ଫଳରେ ଅଧିକ ବର୍ଥ ସୃଷ୍ଟି କରାଯାଇ ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ପ୍ରଦାନ କରାଯାଇପାରିବ । ଏହି ଟ୍ରେନ ଗୁଡିକ ହେଲା ପୁରୀ-ସନ୍ତ୍ରାଗାଛି(ହାୱଡ଼ା)-ପୁରୀ, ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି, ଶାଲିମର-ପୁରୀ-ସନ୍ତ୍ରାଗାଛି, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସାପ୍ତାହିକ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଦ୍ୱିସାପ୍ତାହିକ, ସମ୍ବଲପୁର-ବନସୱାଡି-ସମ୍ବଲପୁର, ସିଆଲଦା-ପୁରୀ-ସିଆଲଦା, ହବିବଗଞ୍ଜ-ପୁରୀ-ହବିବଗଞ୍ଜ(ଭାପାଳ), ଭଞ୍ଜପୁର-ପୁରୀ-ଭଞ୍ଜପୁର, ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ, କଚେଗୁଡ଼ା-ଟାଟା-କଚେଗୁଡ଼ା(ସିକନ୍ଦରାବାଦ), ଚେନ୍ନାଇ-ଗୌହାଟି-ଚେନ୍ନାଇ, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ, ବିଶାଖାପାଟଣା-ଆରକୁ-ବିଶାଖାପାଟଣା, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ଓ କଚେଗୁଡ଼ା-ଶ୍ରୀକାକୁଲମ-କଚେଗୁଡା ସ୍ୱତନ୍ତ୍ର ଟ୍ରେନ । ଏହାବ୍ୟତୀତ ନିୟମିତ ଯାତାୟାତ କରୁଥିବା ଟ୍ରେନଗୁଡିକ ସହିତ ଭିତ୍ତିଭୂମିର ସୁବିଧା ଦେଖି ପୂଜା ଛୁଟି ଭିଡ଼ ସମୟରେ ବିଭିନ୍ନ ପ୍ରାନ୍ତକୁ ଅଧିକ ଟ୍ରେନ ଚଳାଚଳ ପାଇଁ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଉଛି ।ମାତ୍ରାଧିକ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ନିୟମିତ ଚଳାଚଳ କରୁଥିବା ୪୦ଟି(୨୦ ଯାଡ଼ା) ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ ହୋଇଛି । ଏହାଦ୍ୱାରା ଆହୁରି ଅଧିକ ବର୍ଥ ସୃଷ୍ଟି ହୋଇପାରିଛି । ଏହି ଟ୍ରେନଗୁଡିକ ହେଲା ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ହାୱଡା ଯାଉଥିବା ଧଉଳି ଓ ଜନଶତାବ୍ଦୀ ଏକ୍ସପ୍ରେସ, ଭୁବନେଶ୍ୱର-ପୁଡୁଚେରୀ, ବାକାରକୁ ଯାଉଥିବା ଗରିବ ରଥ ଏକ୍ସପ୍ରେସ, ପୁରୀ-ହରିଦ୍ୱାର କଳିଙ୍ଗ ଉକ୍ରଳ ଏକ୍ସପ୍ରେସ, ପୁରୀ-ଦୁର୍ଗ, ପୁରୀ-ହାତୀଆ ତପସ୍ୱିନୀ, ପାଟନାକୁ ଯାଉଥିବା ବୈଦ୍ୟନାଥଧାମ ଏକ୍ସପ୍ରେସ, ପୁରୀ-ହାୱଡା ଓ ସମ୍ବଲପୁର-ହାୱଡା ଏକ୍ସପ୍ରେସ ଇତ୍ୟାଦି । ସେହିପରି ବିଶାଖାପାଟଣାରୁ ଛାଡ଼ୁଥିବା ଏଲ୍ଟିଟି ଏକ୍ସପ୍ରେସ, ଏପି ଏକ୍ସପ୍ରେସ, କୋଲ୍ଲମ ଏକ୍ସପ୍ରେସ, ଗାନ୍ଧୀଧାମ ଏକ୍ସପ୍ରେସ ଓ ସାଇନଗର ସିରିଡ଼ି ଏକ୍ସପ୍ରେସରେ ଅତିରିକ୍ତ ବଗି ସଂଯାଗ କରାଯାଇ ଅଧିକ ବର୍ଥ ସୃଷ୍ଟି କରାଯାଇଛି । ନିୟମିତ ଚଳାଚଳ କରୁଥିବା କେତେକ ଟ୍ରେନରେ ଏସି୩ ଟାୟାର ବଗି ସଂଯାଗ କରାଯାଇ ଥିବା ବେଳେ କେତେକରେ ସ୍ଲିପର୍ କ୍ଲାସ ଓ କେତେକରେ ଦ୍ୱିତୀୟ ଶ୍ରେଣୀ ଚେୟାରକାର ବଗି ସଂଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ