ଅଗ୍ନିକାଣ୍ଡରେ ଧାନଗଦା ଓ କୁକୁଡ଼ା ଫାର୍ମ ଜଳିଗଲା

ବୁଗୁଡା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ରାମଣ୍ଡା ଗ୍ରାମରେ ଡିସେମ୍ବର ୨୮ ତାରିଖରେ ଦୁଇ ଚାଷୀଙ୍କ ପାଞ୍ଚ ଭରଣ ଜମିର ଧାନଗଦା ପୋଡିଯାଇଥିବା ବେଳେ ୨୯ ତାରିଖ ଦିନ ବୁରୁଝୋଳା ଗ୍ରାମରେ ଜଣେ ଚାଷୀଙ୍କ କୁକୁଡ଼ା ଫାର୍ମ ପୋଡିଯାଇଥିବା ଜଣାପଡ଼ିଛି। ସୋମବାର ଦିନ ରାମଣ୍ଡା ଗ୍ରାମର କାମରାଜୁ ଗୌଡ଼ଙ୍କ ଦୁଇ ଭରଣ ଜମିର ଧାନଗଦା ଓ କୁନି ଗୌଡ଼ଙ୍କ ତିନି ଭରଣ ଜମିର ଧାନଗଦାରେ ଅଗ୍ନିକାଣ୍ଡ ଘଟି ପୋଡି ଯାଇଥିବା ବେଳେ ବୁଗୁଡା ଦମକଳ ବାହିନୀ ଯାଇ ନିଆଁକୁ ଆୟତ କରିଥିଲେ। ସେହିପରି ମଙ୍ଗଳବାର ଦିନ ବୁରୁଝୋଳା ଗ୍ରାମରେ ଥିବା ପ୍ରସିଦ୍ଧ ପାଣିଗ୍ରାହୀ ଙ୍କ କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୮ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଜଣା ପଡିଛି। ବୁଗୁଡା ଓ ପୋଲସରା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ