ଅର୍ଣ୍ଣପୂର୍ଣ୍ଣା ନଗର ପ୍ରତି ଏନଏସିର ବୈମାତୃକ ମନୋଭାବ

ବୁଗୁଡା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ଏନଏସି ଅନ୍ତର୍ଗତ ୫ ନଂ ୱାର୍ଡର ଅର୍ଣ୍ଣପୂର୍ଣ୍ଣା ନଗର ପ୍ରତି ପ୍ରଶାସନ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହେଉଛି। ଏହି ସାହିର ଡ୍ରେଇନ ପୋତିହୋଇ ନର୍ଦ୍ଦମା ପାଣି ଜମି ରହିବା ଯୋଗୁଁ ମଶାର ପାଦୁର୍ଭାବରେ ଜନସାଧାରଣ ଅତିଷ୍ଠ ହୋଇପଡିଲେଣି। ଏଥି ସହ ନର୍ଦ୍ଦମା ପାଣି ଜମି ଦୁର୍ଗନ୍ଧ ଯୋଗୁ ପରିବେଶ ଦୂଷିତ ହୋଇ ରାସ୍ତାରେ ଯିବା ଆସିବା ବେଳେ ନାକରେ ରୁମାଲ ଦେବାକୁ ପଡୁଛି। ସ୍ଵଛତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଅର୍ଥ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କୁ ସଚେତନ କରୁଥିବା ବେଳେ ଏନଏସି ନିଜର ଦ୍ୱାୟିତ୍ୱ ତୁଲାଇବାରେ ଅବହେଳା କରୁଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସମାଜସେବୀ ତ୍ରିଲୋଚନ ସାହୁ ପ୍ରକାଶ କରିଛନ୍ତି। ତୁରନ୍ତ ଡ୍ରେଇନ ସଫାକରି ନର୍ଦ୍ଦମା ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ