ବଡ଼ କମ୍ପାନୀ ଚାକିରିରେ ଥାଇ ମୁମ୍ବାଇରେ ପୋହା ଷ୍ଟଲ ଖୋଲିଲେ ଦମ୍ପତି

ମୁମ୍ବାଇ: ମୁମ୍ବାଇର କାନ୍ଦିବାଲି ଷ୍ଟେସନ ବାହାରେ ସବୁଦିନ ସକାଳୁ ଜଣେ ଦମ୍ପତି ପୋହା ଷ୍ଟଲ ଲଗାଇଥାନ୍ତି । ଭୋର୍ ୪ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଏହି ଦମ୍ପତି ଲୋକଙ୍କୁ ପୋହା ଖାଇବାକୁ ଦେବା ପରେ ଦୁହେଁ ନିଜ ନିଜର କର୍ମସ୍ଥାନକୁ ଚାଲିଯାଆନ୍ତି । ଦୁହେଁ ଏମ୍ବିଏ କରିଥିବାବେଳେ ବଡ଼ କମ୍ପାନୀରେ ଚାକିରି କରୁଥିବା ଜଣାପଡ଼ିଛି । ଏତେ ବଡ଼ କମ୍ପାନୀରେ ଚାକିରି କରି ମଧ୍ୟ ଦୁହେଁ କ+’ଣ ପାଇଁ ପୋହା ଷ୍ଟଲ୍ ଚଳାଉଛନ୍ତି, ତାହା ଆପଣ ଭାବୁଥିବେ ନିଶ୍ଚୟ । ତେବେ ସେ ନିଜର ୫୫ବର୍ଷୀୟ ଗୃହ ସହାୟିକାଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି କରୁଥିବା ଜଣାପଡ଼ିଛି । ପୋହା ଷ୍ଟଲ୍ରୁ ହେଉଥିବା ସମସ୍ତ ଆୟ ସେ ନିଜର ସହାୟିକାଙ୍କୁ ଦେଇଥାନ୍ତି ବୋଲି ସାମ୍ନାକୁ ଆସିଛି । ଅଶ୍ୱିନୀ ରୋନୟ ଶାହା ଓ ତାଙ୍କ ସ୍ୱାମୀ ସକାଳ ୪ଟାରୁ ୧୦ଟା ପର୍ଯ୍ୟନ୍ତ ପୋହା, ଉପମା ଓ ପରଟା ବିକ୍ରି କରିଥାନ୍ତି । ଦିପାଲୀ ଭାଟିଆ ନାମକ ଜଣେ ଫେସ୍ବୁକ୍ ବ୍ୟବହାରକାରୀ ଏହି ଦମ୍ପତିଙ୍କ କାହାଣୀ ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି । ନିଜ ପୋଷ୍ଟରେ ଦିପାଲୀ ଲେଖିଛନ୍ତି, ମୁମ୍ବାଇ ଭଳି ଚଳଚଞ୍ଚଳ ଭରା ସହରରେ ଯେଉଁଠି ଲୋକମାନଙ୍କୁ ଅଟକିବା ବା କାହା ବିଷୟରେ ଚିନ୍ତା କରିବା ପାଇଁ ସମୟ ନାହିଁ, ସେହି ସହରରେ ଏହି ଦମ୍ପତି ନିଜଠାରୁ ଅଧିକ ଅନ୍ୟ ବିଷୟରେ ଭାବୁଛନ୍ତି । ଅକ୍ଟୋବର ୨ରେ ମୁଁ କିଛି ସ୍ୱାଦିଷ୍ଟ ଖାଇବା ଖୋଜୁଥିଲି । ଏହି ସମୟରେ ମୁଁ ଏକ ଛୋଟ ପୋହା ଷ୍ଟଲରେ ପହଞ୍ଚିଥିଲି । ଯେଉଁଠି ପୋହା, ଉପମା,ପରଟା ଓ ଇଡ୍ଲୀ ବିକ୍ରି ହେଉଥିଲା । ସେଠାରେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ରାସ୍ତା ଉପରେ କାହିଁକି ବିକ୍ରି କରୁଛ ବୋଲି ପ·ରିଥିଲି । ଯାହା ପରେ ପୂରା କାହାଣୀ ସାମ୍ନାକୁ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ