ଦେଶରେ ମୋଟ କରୋନା ପଜିଟିଭ୍ ମାମଲାର ୪% ରୁ କମ ସକ୍ରିୟ ମାମଲା

ଭୁବନେଶ୍ୱର,(ୱାଇଏନ୍ଏସ୍): ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ ମାମଲା ତୁଳନାରେ ଅଧିକ ରହୁଥିବା ଯୋଗୁ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୪,୯୫୭ ହ୍ରାସ ପାଇଛି ।ଗତ ୨୪ ଘଣ୍ଟାରେ ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ କରୋନା ମାମଲା ତୁଳନାରେ ଅଧିକ ରହିଛି । ୩୨,୦୮୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୬,୬୩୫ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ମୋଟ ନମୁନା ପରୀକ୍ଷା ୧୫ କୋଟି (୧୪,୯୮,୩୬,୭୬୭) ପାଖାପାଖି ହୋଇଛି । ପ୍ରତିଦିନ ଦଶ ଲକ୍ଷରୁ ଅଧିକ ନମୁନା ପରୀକ୍ଷାର ଧାରା ବଜାୟ ରଖି ଗତ ୨୪ ଘଣ୍ଟାରେ ୧୦,୨୨,୭୧୨ ନମୁନା ପରୀକ୍ଷା କରାଯାଇଛି । ଦିନକୁ ଏବେ ଦେଶରେ ନମୁନା ପରୀକ୍ଷାର କ୍ଷମତା ୧୫ ଲକ୍ଷକୁ ବୃଦ୍ଧି ପାଇଛି ।ଭାରତରେ ଏବେ ମୋଟ ୨,୨୨୦ ଲାବୋରେଟାରୀରେ କରୋନା ନମୁନା ପରୀକ୍ଷାର ସୁବିଧା ଉପଲବ୍ଧ ହୋଇପାରୁଛି ।ଦୈନିକ ହାରାହାରି ୧୦ ଲକ୍ଷ ନମୁନା ପରୀକ୍ଷା ଯୋଗୁ ଏହା ନିଶ୍ଚିତ ହୋଇଛି ଯେ, ପଜିଟିଭ୍ ହାର ହ୍ରାସ ପାଇଛି ଏବଂ ଏହି ଧାରା ବଜାୟ ରହିଛି । ଆଜି ମୋଟ ଜାତୀୟ ପଜିଟିଭ୍ ହାର ରହିଛି ୬.୫୦% । ଦୈନିକ ପଜିଟିଭ୍ ହାର ମାତ୍ର ୩.୧୪% ରହିଛି । ଅଧିକରୁ ଅଧିକ ନମୁନା ପରୀକ୍ଷା ହୋଇଥିବାରୁ ପଜିଟିଭ୍ ହାର ହ୍ରାସ ପାଇପାରିଛି ।ଜାତୀୟ ପଜିଟିଭ୍ ହାର ତୁଳନାରେ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ୍ ହାର ଅଧିକ ରହିଛି ।ନିମ୍ନଲିଖିତ ରାଜ୍ୟ ଗୁଡ଼ିକରେ ମୋଟ ନମୁନା ପରୀକ୍ଷା ଅଧିକ ରହିବା ସହ ପଜିଟିଭ୍ ହାର ହ୍ରାସ ହୋଇଛି ।ଉତ୍ତର ପ୍ରଦେଶରେ ମୋଟ ନମୁନା ପରୀକ୍ଷା ୨ କୋଟିକୁ ଅତିକ୍ରମ କରିଛି । ବିହାର, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ସର୍ବାଧିକ ନମୁନା ପରୀକ୍ଷା ଅର୍ଥାତ ୧ କୋଟିରୁ ଅଧିକ ପରୀକ୍ଷା ହୋଇଥିବା ରାଜ୍ୟରେ ଅନ୍ତର୍ଭୁକ୍ତ । ଭାରତରେ ସୁସ୍ଥତା ହାର ୯୪.୬୬%କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥ ସଂଖ୍ୟା ଆଜି ୯୨ ଲକ୍ଷ (୯୨,୧୫,୫୮୧)କୁ ଅତିକ୍ରମ କରିଛି ।ନୂଆ ସୁସ୍ଥଙ୍କ ମଧ୍ୟରୁ ୭୬.୩୭% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୬,୩୬୫ ଜଣ ସୁସ୍ଥ ହୋଇଛନ୍ତି । କେରଳରେ ୪,୭୩୫ ଜଣ ଏବଂ ଦିଲ୍ଲୀରେ ୩,୩୦୭ ଜଣ ସୁସ୍ଥ ହୋଇଛନ୍ତି ।ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲାରୁ ୭୫.୧୧% ଆସିଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ସର୍ବାଧିକ ୫,୦୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ ୪,୦୨୬ ଜଣ ଚିହ୍ନଟ ହୋଇଛନ୍ତି ।ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୭୬.୩୭% ମୃତ୍ୟୁ ହୋଇଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ଦିଲ୍ଲୀରେ ସର୍ବାଧିକ ମୃତ୍ୟୁ (୫୭) ହୋଇଛି । ଏହା ପଛକୁ ମହାରାଷ୍ଟ୍ରରେ ୫୩ ଏବଂ ପଶ୍ଚିମବଙ୍ଗରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ