ବଜ୍ରପାତରେ ୪ ଯୁବତୀ-ଜଣେ ଶିଶୁ ଆହତ, ମିଳିଲାନି ୧୦୮ ଆମ୍ବୁଲାନ୍ସ, ଅଟୋରେ ଆଣିଲେ ଗ୍ରାମବାସୀ
ଲକ୍ଷ୍ମୀପୁର: ବଜ୍ରପାତରେ ଶନିବାର ୪ ଜଣ ଯୁବତୀ ଓ ଜଣେ ଶିଶୁ ଆହତ ହାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଅଛି । କାରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ରାଇସିଲ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ୫ ଜଣ ଯୁବତୀ ଚାଲିଚାଲି ଯାଉଥିବା ସମୟରେ ତାଙ୍କ ନିକଟରେ ବଜ୍ର ପଡିବାରୁ ସମସ୍ତେ ଆହତ ହୋଇଛନ୍ତିି । ଆହତଙ୍କ ମଧ୍ୟରୁ ଜାମି ହିକକା(୧୬)ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗାଁର ଏକ ଅଟୋ ଯୋଗେ ଲକ୍ଷ୍ମୀପୁର ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ କୌଣସି ସୁବିଧା ନଥିବାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ଅଣାଯାଇ ପାରିନାହିଁ । ଏପରିକି ୧୦୮ ଆମୁଲାନ୍ସ ମଧ୍ୟ ନମିଳିବାରୁ ଗାଁରେ ହିଁ ସେମାନେ ରହିଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତିା ସାପ୍ତାହିକି ହାଟ ପାଇଁ ଆଜି ରାଇସିଲ୍ ଗାଁର ଅନେକ ଯୁବତୀ ହାଟରେ ସଉଦା କରି ପାହାଡିଆ ରାସ୍ତା ଦେଇ ଚାଲିଚାଲି ଯାଉଥିଲେ । ସନ୍ଧ୍ୟା ପ୍ରାୟ ୫ଟାରେ ଘଡଘଡି ବର୍ଷା ସହ ଅଞ୍ଚଳରେ ବଜ୍ରପାତ ହାଇଥିଲା । ଯୁବତୀମାନେ ଏଥିରେ ଆହତ ହୋଇଥିଲେ । ବଜ୍ରପାତରେ କାହାର ଗୋଡ ପୋଡି ଯାଇଛି ତ କାହାର ଛାତି ନାକ କାନ ପାଡି ହୋଇଛି । ଗାଁର ସାଲୁ ମାଣ୍ଡିଙ୍ଗା ଗୁରୁତର ଜାମିଙ୍କୁ ଡାକ୍ତରଖାନାକୁ ଆଣିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟମାନଙ୍କୁ ଡାକ୍ତରଖାନାକୁ ଆଣିବା ସକାଶେ ଡାକ୍ତରଖାନାରେ କହିଥିଲେ କିନ୍ତୁ ଡାକ୍ତରଖାନାରେ ଆମ୍ବୁଲାନ୍ସ ଗୁଡିକ ନଥିବାରୁ ନିଜେ ହିଁ ବ୍ୟବସ୍ଥା କରିବାକୁ ପ୍ରକାଶ କରିଥିଲା । ଡାକ୍ତରଖାନା ତରଫରୁ କୌଣସି ବ୍ୟବସ୍ଥା କରାଯାଇପାରିବ ନାହିଁ, ୧୦୮ ଆମ୍ବୁଲାନ୍ସକୁ ହିଁ ଫୋନ କରିବାକୁ ଡାକ୍ତର କହିଥିବା ବେଳେ ୧୦୮ ମଧ୍ୟ ମିଳିପାରିଲା ନାହିଁ । ଗଣମାଧ୍ୟମ ପ୍ରତିନିଧି ଖବର ପାଇ ଡାକ୍ତରଖାନାରେ ପହଞ୍ଚିଥିଲେ ଓ ପରିସ୍ଥିତି ଜାଣିପାରି ଏକ ଅଟା ଭଡା କରି ରାଇସିଲ୍ ଗାଁକୁ ପଠାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ସେମାନେ ପହଞ୍ଚି ନ ଥିଲେ । ଏନେଇ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ ରୋକଠୋକ୍ କହିଥିଲେ, ଯେ ୧୦୮ ଆମ୍ବୁଲାନ୍ସ କିମ୍ବା ଡାକ୍ତରଖାନାରେ କିଛି ଗାଡି ନଥିଲେ ଆପଣମାନେ ସାହାଯ୍ୟ କରିଥାନ୍ତୁ । ପରେ ଜିଲ୍ଲାପାଳଙ୍କୁ କହି ଗସ୍ତ ବିଲ୍ କରିଦେବା କହିବା ସହ ଅନ୍ୟ କିଛି ଉପାୟ ନାହିଁ ବୋଲି କହିଥିଲା ।


