ଗଜପତିର ପ୍ରିୟଂକା ମିସ୍ ଇଣ୍ତିଆ ପ୍ରଥମ ରନର୍ସଅପ୍
ପାରଳାଖେମୁଣ୍ତି,(ତାରିଣୀ ପ୍ରସାଦ ପଣ୍ଡା): ସେଂଚୁରିୟାନ୍ ପବ୍ଲିକ ସ୍କୁଲର ପ୍ଲସ୍ ୨ ଛାତ୍ରୀ ପ୍ରିୟଂକା ସାହୁ ଗ୍ଲିଟର୍ସ ପାଜିଏଣ୍ଟ ଦ୍ବାରା ଆୟୋଜିତ ଜାତୀୟ ସ୍ତରୀୟ ମିସ୍ ଇଣ୍ତିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ହେବାର ବିରଳ କ୍ରୁତିତ୍ବ ହାସଲ କରିଛନ୍ତିା ପାରଳଖେମୁଣ୍ତି ରାଜଦାଣ୍ତ ସାହିର ଅଶୋକ କୁମାର ସାହୁ ଏବଂ ପ୍ରେମଲତ ସାହୁଂକ କନ୍ୟା ଏହି ବିରଳ ପ୍ରତିଯୋଗୀତାରେ ଭାଗ ନେଇଥିଲୋଜାତୀୟ ସ୍ତରରେ ୧୩ ଜଣ ପ୍ରତିଯୋଗୀଂକ ସହ ସମ୍ମୁଖୀନ ହୋଇଥିଲୋପ୍ରତିଯୋଗୀତାର ବିଭିନ୍ନ ରାଉଣ୍ତ ଯଥା‐ପରିଚୟ ଆଦାନ ପ୍ରଦାନ ରାଉଣ୍ତ,ରୁଚି ଓ ଟାଲେଣ୍ଟେଡ ରାଉଣ୍ତ ତଥା ପ୍ରଶ୍ନୋତ୍ତର ରାଉଣ୍ତ ସର୍ବୋପରି ରାଂପରେ ନିଜର ଶ୍ରେଷ୍ଠ ଦକ୍ଷତା ଉପସ୍ଥାପନା କରିଥିଲୋଏହି ପ୍ରତିଯୋଗୀତାରେ ବିଚାରକ ଭାବେ ମିସେସ୍ ଏସିଆ ୨୦୧୯ ତଥା ଗ୍ଲିଟର୍ସ ପାଜିଏଣ୍ଟର ପ୍ରତିଷ୍ଠାତା ପ୍ରାଚି ମାହତ୍ରେ,ଏହାର ପରିଚାଳନା ନିର୍ଦ୍ଦେଶକ ଅଭିଶେକ ମାହତ୍ରେ, କସ୍ମେଟୋଲୋଜିଷ୍ଟ ତଥା ପଶ୍ଚିମ ଓଡିଶାର ମିସେସ୍ ଫିଟନେସ ଡିଭା ୨୦୧୯ ଡା. ଭର୍ଷା ମାନେ, ଜ୍ୟୋଭିସର ପ୍ରତିଷ୍ଠାତା ଡ.ଜ୍ୟୋତି ସାତପୁତେ,ସୀମା ଦେଶାଇ ନାୟାର ଏବଂ ମିତାଲି ଧୁତ୍ ଉପସ୍ଥିତ ଥିଲୋଏହି ପ୍ରତିଯୋଗୀତାର ପ୍ରସ୍ତୁତି ପାଇଁ ଶୁଭେନ୍ଦୁମୋହନ ସେନାପତି ଏବଂ ଡିଜିପିକ୍ସ ଶିବା ପ୍ରେରଣା ତଥା ତାଲିମ ପ୍ରଦାନ କରିଥିଲୋତତ୍ ସଂଗେସଂଗେ ଏମ୍ ଏମ୍ ସ୍ପୋଟ୍ସର ସତ୍ତ୍ବାଧିକାରୀ ତଥା ପ୍ରିୟଂକାଂକ ମା ପ୍ରେମଲତାଂକ ପ୍ରେରଣା ଏଦିଗରେ ଯଥେଷ୍ଟ ଉସ୍ଛାହିତ କରିଥିଲାା ପ୍ରିୟଂକାଂକର ଏହି ବିରଳ କ୍ରୁତିତ୍ବପାଇଁ ସେଂଚୁରିୟାନ୍ ପବ୍ଲିକସ୍କୁଲର ଅଧ୍ୟକ୍ଷା ଦୀଶା ପାଢୀ ଏବଂ କାଲାପୂର୍ଣ୍ଣାନାଲା ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତିା