ଓଡିଆ ପ୍ରଯୋଜକ ରାଜେଶ ମହାନ୍ତିଙ୍କୁ “ମିଡ୍ ଡେ ସୋ ‘ବିଜ୍ ପୁରସ୍କାର

ଫିଲ୍ମ ଅନ୍ତଧ୍ୱର୍ନି ପାଇଁ ପାଇଲେ ଆଇକନିକ୍ ଡେବ୍ୟୁ ପ୍ରଡ୍ୟୁସର ଆୱାର୍ଡ ଓଡିଆ ପ୍ରଯୋଜକ ରାଜେଶ କୁମାର ମହାନ୍ତି ଜାତୀୟ ସ୍ତରର ଲାକପ୍ରିୟ ଖବରକାଗଜ  “ମିଡ୍ ଡେ  ପକ୍ଷରୁ “ଆଇକନିକ୍ ଡେବ୍ୟୁ ପ୍ରଡ୍ୟୁସର  ଭାବେ ସମ୍ମାନିତ ହୋଇଛନ୍ତି । ମୁମ୍ବାଇଠାରେ ଅନୁଷ୍ଠିତ “ମିଡ୍ ଡେ ସୋ ବିଜ୍ର  ବାର୍ଷିକ ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମିଡ୍-ଡେ ସୋ ‘ ବିଜ୍ ପକ୍ଷରୁ ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡିଆ । ବହୁଚର୍ଚ୍ଚିତ ସିନେମା ଅନ୍ତଧ୍ୱର୍ନି-ଦ ଇନର୍ ଭଏସ୍ପା ଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ୨୪-ଏଫ୍ପିଏସ୍ ପ୍ରଯୋଜନା ସଂସ୍ଥା ମାଧ୍ୟମରେ ଅନେକ ଗୁଡିଏ ସର୍ଟ ଫିଲ୍ମ ତଥା ଓବ୍ ଫିଲ୍ମ ନିର୍ମାଣ କରିବା ପରେ ମୁମ୍ବାଇରେ ଅବସ୍ଥାପିତ ରାଜେଶ ଫିଚର ଫିଲ୍ମ ନିର୍ମାଣ କ୍ଷେତ୍ରକୁ ପ୍ରବେଶ କରନ୍ତି । ତାଙ୍କ ଦ୍ୱାରା ନିର୍ମିତ ପ୍ରଥମ ଫିଚର ଫିଲ୍ମ ‘ଅନ୍ତଧ୍ୱର୍ନି’ ତାଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରରେ ସମ୍ମାନ ଓ ସ୍ୱୀକୃତି ଆଣିଦିଏ ଯାହାର ନିର୍ଦ୍ଦେଶନା ଦେଇଛନ୍ତି ସର୍ବାଧିକ ୯ଥର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିବା ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର । ଚଳିତ ବର୍ଷ କାନ୍ସର ୭୨ତମ ସଂସ୍କରଣରେ ଏହା ପ୍ରଦର୍ଶିତ ହେବାର ଗୌରବ ଅର୍ଜନ କରିଥିଲା ଓ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲା । ନାୟିକା ସ୍ୱପ୍ନା ପତିଙ୍କ ସମେତ ପ୍ରଯୋଜକ ରାଜେଶ କୁମାର ମହାନ୍ତି ଓ ନିର୍ଦ୍ଦେଶକ ଅପୂର୍ବ କିଶୋର ବୀରଙ୍କୁ କାନ୍ସର ରେଡ୍ କାର୍ପେଟରେ ଚାଲିବାର ସୌଭାଗ୍ୟ ମିଳିଥିଲା ।ଏହି ପୁରସ୍କାର ସମ୍ପର୍କରେ ରାଜେଶ କୁହନ୍ତି,  ଏହି ପୁରସ୍କାର ପାଇ ମୁଁ ବେଶ୍ ଆନନ୍ଦିତ । ତେବେ ଏ ପୁରସ୍କାର କେବଳ ମୋର ନୁହେଁ, ପୂରା ଟିମ୍ର । ଅଭିନେତ୍ରୀ ସ୍ୱପ୍ନା ପତି, ନିର୍ଦ୍ଦେଶକ ଏ କେ ବୀର ଓ ତାଙ୍କର ପୂରା ଟିମ୍ । ଏହି ଅବସରରେ ସେମାନଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହିଁବି । ଧନ୍ୟବାଦ ଦେବାକୁ ଚାହିଁବି ମିଡ୍ ଡେ ସୋ ବିଜର ସମସ୍ତ ଜୁରୀ ସଦସ୍ୟଙ୍କୁ, ସେମାନେ ମୋତେ ଏଥିପାଇଁ ହକଦାର ଭାବିଥିବାରୁ । ଏହି ପୁରସ୍କାର ମୋତେ ଭବିଷ୍ୟତରେ ଆହୁରି ଭଲ କାମ କରିବା ପାଇଁ ଉତ୍ସାହିତ କରିବ । ‘ ଏହି ଉତ୍ସବରେ ବଲିଉଡର ବହୁ ନାମୀ କଳାକାର, ନିର୍ମାତା, ନିର୍ଦ୍ଦେଶକ ଓ କଳାକୁଶଳୀ ଯୋଗ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ୧୯୭୯ରେ ପ୍ରକାଶନ ଆରମ୍ଭ କରିଥିବା ମିଡ୍ ଡେ  ହେଉଛି ୪୦ବର୍ଷ ପୁରୁଣା ଏକ ଲୋକପ୍ରିୟ ଟାବଲଏଡ, ଯାହା ଏବେ ଜାଗରଣ ପ୍ରକାଶନ ଅଧୀନରେ ପ୍ରକାଶିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ