ବ୍ରାଉନ ସୁଗାର ବିକ୍ରି କରୁଥିବା ଯୁବକ କୁ ଧରିଲା ପୋଲିସ
କଟକ,(ଦୀପକ୍ କୁମାର ବେଉରା): ବ୍ରାଉନସୁଗାର ବିକ୍ରି କରିବା ପାଇଁ ଗ୍ରାହକକୁ ଅପେକ୍ଷା କରିଥିବା ଜଣେ ଯୁବକ ଜଗତପୁର ଥାନା ପୋଲିସ ହାତରେ ଧରାପଡିଛି । ଧରାପଡିଥିବା ଯୁବକ ଠାରୁ ପୋଲିସ ଲକ୍ଷ୍ୟ।ଧିକ ଟଙ୍କାର ୩୭ ଗ୍ରାମ ଓଜନର ବ୍ରାଉନସୁଗାର , ଦୁଇଟି ମୋବାଇଲ ଫୋନ, ଓଆର-୦୫-ଏଟି-୩୨୬୨ ନମ୍ବର ଥିବା ଏକ ହିରୋହଣ୍ଡା ଅଭିଏଟର ସ୍କୁଟି ଜବତ କରିଛି । ଯୁବକ ଜଣକ ହେଉଛନ୍ତି କଟକ ଜଗତପୁର ଥାନା ଅନ୍ତର୍ଗତ ଜଗତପୁର ଆଇ ବି ରୋଡ଼ ଅଞ୍ଚଳର ଛୋଟୁ ଓରଫ ପ୍ରଶାନ୍ତ ପଲେଇ ( ୨୨ ) ବର୍ଷ । ସୋମବାର ଦିନ ତା ନାମରେ ଏଣ୍ଡିପିଏସ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଛୋଟୁ ରବିବାର ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ନିଜ ସ୍କୁଟି ଧରି, ଜଗତପୁର ଆଇ ବି ରାସ୍ତାରେ, ବ୍ରାଉନସୁଗାର ବିକ୍ରି କରିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ସଂପର୍କରେ, ଜଗତପୁର ଥାନାର ସବ୍ ଇନ୍ସିପେକ୍ଟର ପି କେ ଦାସ ଖବର ପାଇ, ଘଟଣା ସ୍ଥଳରେ ପହଞ୍ଚି ଛୋଟୁକୁ ଧରିଥିଲେ ।


