୧୮ ଜାନୁଆରୀରେ ଖୋଲିବ ତାରିଣୀ ମନ୍ଦିର ଡେରିରେ ମନ୍ଦିର ଖୋଲିବାକୁ ନେଇ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ବିରୋଧ ଅନଶନ

ଘଟଗାଁ,(ଓ୍ବାଇଏନ୍ଏସ୍): ଗତ ସୋମୋବାର ସଂନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୭ ତାରିଖରେ କେନ୍ଦୁଝର ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ସ୍ଥିରିକୃତ କରାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ମନ୍ଦିର ୧୮ ଜାନୁଆରୀରେ ଖୋଲିବ ବୋଲି ନିଷ୍ପତି ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପ୍ରକାଶ କରିଛନ୍ତି । ଏ ଖବର ପାଇ ମାଙ୍କର ପ୍ରତିଟି ଭକ୍ତ ମନରେ ଖୁସିର ଲହରି ଖେଳିଯାଇଥିବା ବେଳେ ଜିଲ୍ଲା ବିଜେପି ପକ୍ଷରୁ ତାରିଣୀ ମନ୍ଦିର ଡେରିରେ ଖୋଲିବା ନିଷ୍ପତିକୁ ବିରୋଧ କରିଛନ୍ତି । ତେବେ ଜିଲ୍ଲା ସମସ୍ତ ଧାର୍ମୀକ ଅନୁଷ୍ଠାନ ଆସନ୍ତା ଗୁରୁବାର ଦିନ ଖୋଲାଯାଉଥିବା ବେଳେ କାହିଁକି ମା ତାରିଣୀ ମନ୍ଦିର ୧୮ ତାରିଖ ଖୋଲାଯାଉଛି । ଏନେଇ ରାଜ୍ୟ ବିରୋଧି ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ତାଙ୍କ କର୍ମକର୍ତା ମାନଙ୍କ ସହ ମନ୍ଦିର ଶିଘ୍ର ଖୋଲିବା ଦାବିରେ ମନ୍ଦିର ସାମ୍ନାରେ ମଉନ ବ୍ରତ ପାଳନ କରି ଅନଶନରେ ବସିଛନ୍ତି । ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିଶ୍ୱ ପ୍ରଶିଦ୍ଧ ଘଟଗାଁ ବାସିନୀ ମା ତାରିଣୀ ମନ୍ଦିର । ମାଙ୍କ ଦର୍ଶନ କରିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥାନ୍ତି । କରୋନା ପାଇଁ ରାଜ୍ୟର ସମସ୍ତ ଦେବାଦେବୀ ମନ୍ଦିର ଗୁଡିକ ବିଗତ ୯ ମାସରୁ ଉର୍ଦ୍ଧ୍ୱ ଦିନ ହେବ ବନ୍ଦ ଥିଲା । ତେବେ ପ୍ରଥମେ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ବିଶ୍ୱ ପ୍ରଶିଦ୍ଧ ମା ତାରିଣୀ ମନ୍ଦିର ଖୋଲିବା ଦିନକୁ ପ୍ରତିଟି ଭକ୍ତ ବ୍ୟାକୁଳରେ ଚାହିଁ ବସିଥିଲେ । ତେବେ ଗତ ସୋମୋବାର ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲାରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ଆସନ୍ତା ୭ ତାରିଖରେ ଖୋଲିବାକୁ ନିଷ୍ପତି ନିଆଯାଇଥିବା ବେଳେ ମା ତାରିଣୀ ମନ୍ଦିର ଜାନୁଆରୀ ୧୮ ତାରିଖରେ ଖୋଲାଯିବ ବୋଲି ଜିଲ୍ଲାପାଳ ନିଷ୍ପତି ନେଇଛନ୍ତି । ଯାହାକୁ ବିରୋଧ କରିବାକୁ ଯାଇ ରାଜ୍ୟ ବିରୋଧିଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ଜିଲ୍ଲାର ବିଜେପି କର୍ମକର୍ତା ମାନେ ଘଟଗାଁ ଡାକ ବଙ୍ଗଳାରୁ ବାହାରି ମନ୍ଦିର ସାମ୍ନାରେ ମଉନ ବ୍ରତ ପାଳନ କରି ଗୋଟିଏ ଦିନ ଅସନରେ ବସିଛନ୍ତି । ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାରେ ମକର ସଂକ୍ରାନ୍ତିରେ ସାରା କେନ୍ଦୁଝର ବାସୀ ବୈତରଣୀ ନଦିରେ ବୁଡ ଦେଇ ମା ତାରିଣୀଙ୍କ ଦର୍ଶନ କରି ସାନିଧ୍ୟଲାଭ କରିଥାନ୍ତି, ସେସବୁରୁ କାହିଁକି ବଂଚିତ କରାଯାଉଛି, ଦୀର୍ଘମାସ ଧରି ମନ୍ଦିର ବନ୍ଦ ଥିଲା ସେତେବେଳେ ମନ୍ଦିର ପ୍ରସାଶନ କରୁଥିଲା କଣ, ସେତେବେଳେ ମନ୍ଦିର କାର୍ଯ୍ୟ ନକରି ଏବେ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିବା ସହିତ ଶୀଘ୍ର ମନ୍ଦିର ଖୋଲିବା ଦାବି ନେଇ ଅନଶନରେ ବସଛନ୍ତି ଶ୍ରୀଯୁକ୍ତ ମାଝୀ । ଅନ୍ୟପକ୍ଷରେ ଜାନୁଆରୀ ୧୮ ତାରିଖରେ ମନ୍ଦିର ଖୋଲାଯିବାର କାରଣ ଦର୍ଶାଇବାକୁ ଯାଇ କହିଛନ୍ତି, ମନ୍ଦିର ଭିତରେ ଏବଂ ବାହାରେ କିଛି ଉନ୍ନତୀମୂଳକ କାମ ଚାଲିଥିବାରୁ ତାରିଣୀ ମନ୍ଦିର ଡେରିରେ ଖୋଲାଯିବାର ନିଷ୍ପତି ନେବାକୁ ଜିଲ୍ଲାପାଳଙ୍କୁ ଆମେ ଜଣାଇଥିଲୁ, ଏବଂ ଆଗାମୀ ଦିନରେ ସରକାର ଯାହା ନିଷ୍ପତି ନେବେ ତାହାକୁ ପାଳନ କରି ମନ୍ଦିର ଖୋଲାଯିବ ବୋଲି ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ମା ତାରିଣୀ ତାଙ୍କ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ