ସମଣାରୁ ଉଠୁନି ବାଲି, ସରକାରଙ୍କୁ ମିଛରେ ବଦନାମ କରୁଛନ୍ତି କୁଚକ୍ରୀ

ହାଟଡିହି  (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ସମଣା ବାଲି ଘାଟରୁ ବାଲି ଉଠୁ ନଥିବା ବେଳେ କିଛି କୁଚକ୍ରୀ ମୁଖ୍ୟମନ୍ତ୍ରୀ ଓ ଆମ ଗାଁକୁ ମିଛରେ ବଦନାମ କରୁଛନ୍ତି ବୋଲି ସମଣା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଆଜି ଗ୍ରାମର ମଧୁ ସୁଦନ ଦାଶ, ବିଭୁ କାଣ୍ଡି, ରବୀନ୍ଦ୍ର ପ୍ରଧାନ, ବୁଲା ଜେନା, ରମେଶ କାଣ୍ଡି, ସୁଶାନ୍ତ କାଣ୍ଡି, ପାଗଳ କାଣ୍ଡି, ଟୁଟୁ ଦଳେଇ, କହ୍ନେଇ ବେହରା, ଗୌରହରୀ ସା, ରଞ୍ଜନ କାଣ୍ଡି, କୃଷ୍ଣ କାଣ୍ଡି, ନାରଣ କାଣ୍ଡି, ଉମାକାନ୍ତ ବେହେରାଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ସମ୍ମିଳିତ ହୋଇ ଏହାର ଦୃଢ଼ ବିରୋଧ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ବାଲିଘାଟକୁ ନେଇ ତାଙ୍କ ଗ୍ରାମରେ ଗତ ୧୦/୧୨ ତଳେ ହୋଇଥିବା ସଂଘର୍ଷ ହଣାକଟା ପରେ ସେହିଦିନ ଠାରୁ ବାଲି ଉତ୍ତୋଳନ ବନ୍ଦ କରାଯାଇଛି। ଯଦି କିଏ ଘରଦ୍ୱାର ନିର୍ମାଣ କରୁଛି କିମ୍ବା ଉନ୍ନୟନ ମୂଳକ କାର୍ଯ୍ୟ କରୁଛି ସେମାନେ ଟ୍ରାକ୍ଟରରେ କିଛି କିଛି ବାଲି ନେଉଛନ୍ତି। କିନ୍ତୁ ନଦୀର ଅପର ପାର୍ଶ୍ୱରେ ଚାଲିଥିବା ଘାଟକୁ ସମଣା ଘାଟରୁ ବାଲି ଉତ୍ତୋଳନ ହେଉଛି ବୋଲି ମିଛରେ ଅପପ୍ରଚାର କରାଯାଉଛି। ସେହିପରି ସମଣା ଠାରୁ କିଛି ଦୂରରେ  ଚାଲିଥିବା କିଛି ଲିଜ ଘାଟରୁ ବାଲି ଉତ୍ତୋଳନ ହୋଇ ସମଣା ରାସ୍ତା ଦେଇ ଯାଉ ଥିବାରୁ ତାହା ସମଣାରୁ ଆସିଲା ବୋଲି କିଛି ଗଣ ମାଧ୍ୟମ ଓ ସାମାଜିକ ଗଣ ମାଧ୍ୟମରେ ମିଛରେ ଅପ ପ୍ରଚାର କରି ଜିଲ୍ଲାର ମୁଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତା ମାନଙ୍କୁ ମିଛରେ ନିନ୍ଦିତ କରା ଯାଉଛି ବୋଲି ଗ୍ରାମବାସୀ ମାନେ ମତବ୍ୟକ୍ତ କରିଛନ୍ତି। ତେଣୁ ଏପରି ଅପ ପ୍ରଚାରରୁ ଦୁରେଇ ରହିବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ