ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ହାଟଡିହି (ଓ୍ବାଇଏନଏସ): ସରକାରୀ ଉଚ୍ଚ ବିଦ୍ୟାଳୟ ହାଟଡ଼ିହିର ନୂତନ ବିଦ୍ୟାଳୟ ପରିଚାଳନା କମିଟି ସହମତି ଭିତ୍ତିରେ ଗଠିତ ହୋଇଯାଇଛି। ଶୁକ୍ରବାର ଦିନ ବିଦ୍ୟାଳୟର ସଭାଗୃହ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ରଂଜନ କୁମାର ଘଡେଇଙ୍କ ସଭାପତିତ୍ଵର ତଥା ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି  ହାଟଡ଼ିହି  ସିଆରସିସି ସୌଭାଗ୍ୟ ରଂଜନ ବାରିକଙ୍କ ତତ୍ତ୍ଵାବଧନରେ ଏହି ବିଦ୍ୟାଳୟର ଅଭିଭାବକ ଓ ଶିକ୍ଷକ ଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା । ଭକ୍ତ ସଭାରେ ସରକାରଙ୍କର ନିତ ନିୟମ ଅନୁଯାୟୀ ଆବଶ୍ୟକୀୟ ଅଭିଭାବକ ଉପସ୍ଥିତ ଥିବାରୁ ସରକାରଙ୍କ ଦ୍ୱାରା ନିର୍ଦ୍ଦାରିତ ନୀତି ନିୟମ ଅନୁସାର ବିଭିନ୍ନ ବର୍ଗରୁ ମୋଟ ୧୫ ଜଣ ଅଭିଭାବକ ମାନଙ୍କର ପ୍ରତିନିଧି  ମନୋନୀତ ହୋଇ ଥିଲେ। ସେହିପରି ତା ୧୧ ତାରିଖ ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ଵରେ  ପ୍ରଥମ  ପରିଚାଳନା କମିଟର ବୈଠକ ଅନୁଷ୍ଠିତ ହୋଇ ଶାନ୍ତି ଶୃଙ୍ଖଳା, ଭାଇଚାରା ଏବଂ ସହମତି କ୍ରମେ ନୂତନ ପରିଚାଳନା କମିଟି ଗଠିତ ହୋଇଥିଲା ।  ନୂତନ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଜଗତ ଜୀବନରାମ ଗୋଲାମ ଦେବତା, ଉପାଧ୍ୟକ୍ଷ ଭାବେ ସଂଯୁକ୍ତା ପୁହାଣ ମନୋନୀତ ହୋଇଥିଲେ। ସୁଶାନ୍ତ କୁମାର ବୈଠା, ସୁମନ୍ତ କୁମାର ଜେନା, ସୁଦାମ ଚରଣ ଯେନା , ଚନ୍ଦ୍ରଧ୍ଵଜ ସାହୁ, ନନ୍ଦ କିଶୋର ପତି, ତିଳୋତ୍ତମା ପଣ୍ଡା, ସୁଲୋଚନା ମୁଖି କାବେରୀ ଦାଶ, ମିନତୀ ନାୟକ, କ୍ଷମାମୟୀ ଯେନା, ରଶ୍ମୀ ନାୟକ, ମିନତୀ ଯେନା, ସୌଦାମିନି ନାୟକ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଭାବେ ମନୋନୀତ ହୋଇଥିବା ବେଳେ ପ୍ରଧାନଶିକ୍ଷକ ରଂଜନ କୁମାର ଘଡେଇ ପରିଚାଳନା କମିଟିର ସଂପାଦକ, ବରିଷ୍ଠ ଶିକ୍ଷକ ପରମାନନ୍ଦ ପରିଡ଼ା, ଅଙ୍ଗନୱାଡ କର୍ମୀ ସୀତାରାଣୀ ମଣ୍ଡଳ, ୱାର୍ତ ମେମ୍ବର ମିନତୀ ଯେନା ଓ ଆଶାକର୍ମୀ  ରମାମଣୀ ମହାନ୍ତି ପ୍ରମୁଖଙ୍କୁ ନେଇ ୨୦ ଜଣିଆ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇ ଯାଇଛି । ପ୍ରଧାନଶିକ୍ଷକ ସମସ୍ତ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।  ଯେ ହାଟଡିହି ବ୍ଳକର ସର୍ବପୁରାତନ ଅନୁଷ୍ଠାନ ଏହି ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବ ଐତିହ ଗର୍ବ ଓ ଗାରିମା ଫେରେଇ ଆଣିବା ପାଇଁ ସଦା ସର୍ବଦା ଚେଷ୍ଟା କରିବାକୁ କମିଟି ସଦସ୍ୟ ମାନେ ସଂକଳ୍ପ ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ