ରଘୁନାଥ ପତିଙ୍କୁ ଶିକ୍ଷକ ଗୌରବ ସମ୍ମାନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଛାତ୍ରଛାତ୍ରୀ ଓ ଲୋକମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ବର୍ଷୀୟାନ ଶିକ୍ଷାବିତ ରଘୁନାଥ ପତିଙ୍କୁ ବାଇଧର ମହାନ୍ତି ସ୍ମୃତି ସଂସଦ ତରଫରୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି । ନୁଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପୁର୍ବତନ ବିଦ୍ୟାଳୟ ଅନୁପରିଦର୍ଶକ ସନତନ ମହାପାତ୍ର, ପୁର୍ବତନ ସିଆରସିସି ବୃନ୍ଦାବନ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପହି, ପିତାମ୍‌ବର ପଣ୍ଡା, ବିନୋଦ ଚନ୍ଦ୍ର ମଲ୍ଲିକ, ସିଆରସିସି ପ୍ରଦୀପ କୁମାର ନାୟକ, ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ।ରଘୁନାଥ ପତିଙ୍କୁ ଶିକ୍ଷକ ଗୌରବ ସମ୍ମାନରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ । ଏହି ଅବସରରେ ପଢ଼ିଆରିପଲ୍ଲି, ଢ଼େଙ୍କା, ବାଲିବରେଇ, ସୋସୋ ପ୍ରଭୃତି ପଞ୍ଚାୟତର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇକୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗୌରାଙ୍ଗ ଚରଣ ରାଉତ, ନିରଞ୍ଜନ ରାଉତ, ଚନ୍ଦନ ଭୂୟାଁ, ଶଚିଦାନନ୍ଦ ପଟ୍ଟନାୟକ, ଗୌରାଙ୍ଗ ଚରଣ ସେଠୀ, ପରମାନନ୍ଦ ନାୟକ, ନରହରି ରାଉତ, ନାରାୟଣ ରାଉତ, ବଟକୃଷ୍ଣ ଘଡେଇଙକ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇଥିବାବେଳେ ଇଂ ରବିନ୍ଦ୍ର କୁମାର ଜେନା, ସୋମନାଥ ଆୟଚ, ଡ.କାଦମ୍ବିନୀ ମହାନ୍ତି, ବିବେକାନନ୍ଦ ମହାନ୍ତି, ଅଶୋକ କୁମାର ପଣ୍ଡା, କୈଳାଶ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ