ପୁରାତନ ଛାତ୍ର ପରିଷଦ ର ଅଭିନବ ପଦକ୍ଷେପ ; ୧୦ ମ ଶ୍ରେଣୀ ଛାତ୍ର ମାନଙ୍କୁ ଟେଷ୍ଟପେପର ବଣ୍ଟନ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ୧୯୭୫ ମ୍ଯାଟ୍ରିକ ବ୍ଯାଚର ପୁରାତନ ଛାତ୍ର ପରିଷଦ ପକ୍ଷରୁ ଚଳିତ ବର୍ଷ ର ୧୦ ମ ଶ୍ରେଣୀ ଛାତ୍ର ମାନଙ୍କୁ ମାଗଣାରେ ଟେଷ୍ଟ ପେପର ବଣ୍ଟନ କରାଯାଇଛି। ହାଇସ୍କୁଲ ପରିସରରେ ଛାତ୍ର ପରିଷଦ ପକ୍ଷରୁ ଅନୁଷ୍ଠିତ ବୈଠକ ରେ ପୁରାତନ ଛାତ୍ର ତଥା ଦିଗପହଣ୍ଡି  ଏନ୍ ଏ ସି  ର ପୂର୍ବତନ ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରାତନ ଛାତ୍ର ପରିଷଦ ର ଏଭଳି ଅଭିନବ ପଦକ୍ଷେପ କୁ ପ୍ରଶଂସା କରିବା ସହ ଏହି ମହନୀୟ କାର୍ଯ୍ୟ ଆମ ଆଗାମୀ ବଂଶଧର ଙ୍କୁ ପ୍ରେରଣା ଯୋଗାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଭାରପ୍ତାପ୍ତ  ପ୍ରଧାନ ଶିକ୍ଷୟିତ୍ରୀ କମଳିନୀ ସାମନ୍ତରାୟ, କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ ଙ୍କ ସମେତ ପୁରାତନ ଛାତ୍ର ପରିଷଦର କାର୍ଯ୍ୟକର୍ତ୍ତା  ହିମାଂଶୁ ପଟ୍ଟନାୟକ, କେଦାର ନାଥ ପାଣିଗ୍ରାହୀ, ପ୍ରମୋଦ କୁମାର ପାଣିଗ୍ରାହୀ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଓଡି. ଅରକ୍ଷିତ, ସନାତନ ନନ୍ଦ, ପ୍ରଦୀପ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ଛାତ୍ରଙ୍କୁ ଟେଷ୍ଟପେପର ବଣ୍ଟନ କରାଯାଇଥିଲା ବେଳେ ଦ୍ଵିତୀୟ ପର୍ଯ୍ୟାୟ ରେ ଅନ୍ୟ ୪୨ ଛାତ୍ରଙ୍କୁ ଟେଷ୍ଟପେପର ବଣ୍ଟନ କରାଯିବ ବୋଲି ପୁରାତନ ଛାତ୍ର ପରିଷଦର ସମ୍ପାଦକ ଚିନ୍ତାମଣି ରଥ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ