ବଜ୍ରପାତରେ ଯୁବକ ଗୁରୁତର
ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ସୋମବାର ଘଡଘଡି ସହ ବଜ୍ରପାତ ହେବାରୁ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି ।ଆହାତ ଜଣକ ପରିଚୟ କୁମ୍ଭାରି ଗ୍ରାମର ଚିତ୍ତରଞ୍ଜନ ଗୁରୁ ବୋଲି ଜଣାପଡିଛିି ।ମିଳିଥିବା ଖବର ଅନୁଯାୟୀ ତିତ୍ତରଞ୍ଜନ ନିକଟସ୍ଥ ଝଞ୍ଜାବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ହଠାତ୍ ଘଡଘଡି ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।


