ତାରାତାରିଣି ସାହିତ୍ୟ ସଂସଦର ଦ୍ବିତୀୟ ମାସିକ ଅଧିବେଶନ ଏବଂ ଆଲୋଚନା ଚକ୍ର
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ବ୍ରହ୍ମପୁରସ୍ଥିତ ବ୍ରହ୍ମା ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରେ ସଭାପତି ଡ:ପ୍ରକାଶ ଚନ୍ଦ୍ର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି ଉଦ୍ଘାଟକ ରୂପେ ପ୍ରତିଷ୍ଠାତା ଡା.ପ୍ରଦୀପ୍ତ ଚନ୍ଦ୍ର ସିଂହ, ମୁଖ୍ଯ ଅତିଥି ଭାବେ କବି ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ଆଲୋଚକ ରୂପେ କବି ଶରତ ଚନ୍ଦ୍ର ପଣ୍ଡା, ଯୋଗ ଦେଇ ଗୀତାରେ କର୍ମଯୋଗ ବିଷୟ ରେ ଆଲୋଚନା କରିଥିଲେ, ସଂପାଦିକା ସୁଜାତା ଶତପଥୀ ଅତିଥି ପରିଚୟ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କବି ଭାସ୍କର ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଅତିଥି ରୂପେ କବି ବେଙ୍କେଟ ବିହାରୀ ପ୍ରହରାଜ ଏବଂ ଈସା ନିଉଜ ର ସଂପାଦକ ସନ୍ଯାସି ମହାରଣା ଯୋଗଦେଇ ଥିଲେ କବିତା ଗୁଡିକ କବୀ ବନ୍ଦନା ମିଶ୍ର ସଂଯୋଜନା କରିଥିଲେ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆସର ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମହାପାତ୍ର, ସତ୍ୟମ୍ ଆଚାରୀ, ତିରୁମୂଲା ଆଚାରୀ,ପଦ୍ମିନୀ ମିଶ୍ର, ମନୋଜ କୁମାର ପାଢୀ, ସୁଧିର କୁମାର ପଣ୍ଡା, ଦୀପ୍ତି ଲେଖା ମିଶ୍ର, ରତ୍ନାକର ସିୟ,ସମେତ ପଞ୍ଚ ତିରିଶି ରୁ ଉର୍ଦ୍ଧ କବି ଯୋଗ ଦେଇ ସ୍ବ ରଚିତ କବିତା ପାଠ କରିଥିଲେ ଶେଷରେ ପହିଲି ଭୋଗ ସେବନ କାର୍ଯ୍ୟକ୍ରମ ହୋଇଥିଲା ।


