ଆର୍ଯ୍ୟପଲ୍ଲୀରେ ବରାହ ଲକ୍ଷ୍ମୀ ନୃସିଂହ ସ୍ୱାମୀଙ୍କ ଚନ୍ଦନ ମେଳା

ଛତ୍ରପୁର,(ଦେବଦତ୍ତ ମହାରଣା):ଆର୍ଯ୍ୟପଲ୍ଲୀ ଗ୍ରାମରେ ବରାହ ଲକ୍ଷ୍ମୀ ନୃସିଂହ ସ୍ୱାମୀଙ୍କ ଚନ୍ଦନ ମେଳା ଚାଲିଛିି । ଗ୍ରାମର ପିତାମ୍ବର ଗୁରୁ ସ୍ୱାମୀଙ୍କ ନେତୃତ୍ୱରେ ନିରାଡମ୍ବର ସହକାରେ ଆୟୋଜିତ ଏହି ମେଳାରେ ମହାପ୍ରଭୁ ବରାହ ଲକ୍ଷ୍ମୀ ନୃସିଂହଙ୍କ ପୂଜା ଚାଲିଛି । ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୪୧ ଦିନ ଧରି ଗ୍ରାମରେ ଚାଲୁ ରହିବ । ଗୁରୁବାର ସ୍ୱତନ୍ତ୍ର ଭାବେ ମହାପ୍ରଭୁ ବରାହ ଲକ୍ଷ୍ମୀ ନୃସିଂହଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ପାଢୀପୂଜା କରାଯାଇଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ପଂଚାୟତରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସକାଳୁ ସକାଳୁ ମହାପ୍ରଭୁ ବରାହ ଲକ୍ଷ୍ମୀ ନୃସିଂହଙ୍କୁୁ ଧରି ଭକ୍ତ ମାନଙ୍କ ଦ୍ୱାର ନଗର ପରିକ୍ରମା କରାଯିବା ସହିତ ରିତିନୀତି ଅନୁଯାୟୀ ଠାକୁରଙ୍କ ପାଢିପୂଜା କରାଯାଇଥିଲା । ସନାତନ ଧର୍ମର ରକ୍ଷା କରିବା ପାଇଁ ହିନ୍ଧୁ ଧର୍ମର ପ୍ରଚାର କରିବା ଓ ମହାପ୍ରଭୁ ବରାହ ଲକ୍ଷ୍ମୀ ନୃସିଂହଙ୍କ ପ୍ରଚାର କରିବା ଏହି ପୂଜାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଏନ୍‌.ଦିନବନ୍ଧୁ କହିଛନ୍ତି । ପ୍ରଥମ ଦିନଠାରୁ ଗ୍ରାମର ଭକ୍ତ ମାନେ ଚନ୍ଦନ ମାଳା ପରିଧାନ କରି ଚନ୍ଦନ ରଙ୍ଗର ବସ୍ତ୍ର ପରିଧାନ ପୂର୍ବକ ଠାକୁରଙ୍କ ରିତିନିତି ଅନୁଯାୟୀ ପୂଜା କରାଯାଉଥିବା ସୂଚନା ମିଳିଛି । ଏହି ପୂଜା ଜାନୁଆରି ୧୧ ତାରିଖରେ ଉଦଯାପିତ ହେବ । ଶେଷ ଦିନରେ ଠାକୁରଙ୍କୁ ସିମାଂଚଳ ନିଆଯିବ । ମୋହନ ଗୁରୁ ସ୍ୱାମୀ,ସୁରିଗୁରୁ ସ୍ୱାମୀ,ରାଜା ସ୍ୱାମୀ,କାଳିଆ ସ୍ୱାମୀ,ଆନନ୍ଦ ସ୍ୱାମୀ,ଦିନା ସ୍ୱାମୀ ପ୍ରମୁଖ ଅଂଶଗ୍ରହଣ କରି ଏହି ଚନ୍ଦନ ମେଳାକୁ ପରିଚାଳନା କରୁଥିବା ବେଳେ ଗ୍ରାମବାସି ମାନେ ସହଯୋଗ କରିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ