ଶତାଧିକ ଲୋକଙ୍କୁ କମ୍ବଳ ବଂଟନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ସୁନ୍ଦରପଦାରେ ଶତାଧିକ ନିରାଶୟ ଲୋକଙ୍କୁ କମ୍ବଳ ବଂଟନ କରାଯାଇଥିଲା । ସେବା ପ୍ରତିନିଧି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଳମଣି ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଓଡ଼ିଶା ଗ୍ରାମ ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକ, ସମାଜସେବୀ ଲିଙ୍ଗରାଜ ସାହୁ, ସୁଜାତା ମହାପାତ୍ର, ମମତା ଦେବୀ, ଝୁମୁକା ରାଉତ, ବିଜୟ ମହାନ୍ତି, ବିଭିନ୍ନ ଅଂଚଳର ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ରଜନୀକାନ୍ତ ମହାପାତ୍ର, ରାଜକିଶୋର ଦାସ, ଗୋକୁଳ ଚନ୍ଦ୍ର ମହାପାତ୍ର, ରାଜଲକ୍ଷ୍ମୀ ପଟ୍ଟନାୟକ ଓ ସଭ୍ୟମାନେ ଯୋଗଦେଇ ଏହାକୁ ପରିଚାଳଣା କରିଥିଲେ ।


