୧୨ରେ ରାଷ୍ଟ୍ରୀୟ ଗୋ ବିଜ୍ଞାନ ପ୍ରତିଯୋଗିତା-୨୦୨୧
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଆସନ୍ତା ଜାନୁୟାରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ସର୍ବଭାରତୀୟସ୍ତରରେ ଏକ ରାଷ୍ଟ୍ରୀୟ ଗେ ବିଜ୍ଞାନ ପ୍ରତିଯୋଗିତା ପରୀକ୍ଷାର ଆୟୋଜନ କରାଯାଇଛି । ଏହା ଆସନ୍ତା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଅବସରରେ ଏହି ପ୍ରତିଯୋଗିତା ଅନଲାଇନ ମୋବାଇଲ ଆପ୍ରେ ଆୟୋଜିତ ହେବାକୁ ଯାଉଛି । ଏହି ପରୀକ୍ଷାର ଉଦ୍ଦେଶ୍ୟ ଜନମାନସରେ ଗୋମାତାଙ୍କ ପ୍ରତି ବୈଜ୍ଞାନିକ ଜ୍ଞାନ, ରୁଚି ଏବଂ ଉପଯୋଗୀତାକୁ ବୁଝାଇବା ପାଇଁ ଏବଂ ଈଶ୍ୱରୀୟ ଆସ୍ଥା ଓ ଭାବନା ଉତ୍ପନ କରିବା । ଏହି ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେବ । ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ଗୋବିଜ୍ଞାନ ପରୀକ୍ଷା (ଏଙଠଓଏଣଇଘ ଋଢଇଗ) ଆପକୁ ଡାଉନଲୋଡ଼ କରିବା ପରେ ପଞ୍ଜିକରଣ କଲେ ସେହି ଆପରେ ଆପଣ ପ୍ରତିଯୋଗିତା ପରୀକ୍ଷା ବିଷୟରେ ସମସ୍ତ ବିଷୟବସ୍ତୁ ଏବଂ ବିରଣୀ ପାଇପାରିବେ । ଉନ୍ନତ ପ୍ରଦର୍ଶନ କରିଥିବା ପ୍ରଥମ ତିନିଜଣ ପ୍ରତିଯୋଗୀଙ୍କୁ ଯଥାକ୍ରମ ଅନୁଯାୟୀ ପୁରସ୍କାର ରାଶି ପ୍ରଦାନ କରାଯିବ । ‘ରଷ୍ଟ୍ରୀୟସ୍ତର’ରେ ପ୍ରଥମ ପୁରସ୍କାର ୫୧,୦୦୦/-, ଦ୍ୱିତୀୟ ପୁରସ୍କାର ୩୧,୦୦୦/- ତୃତୀୟ ପୁରସ୍କାର ୨୧,୦୦୦/- ଏବଂ ପ୍ରାଦେଶିକ ସ୍ତରରେ ପ୍ରଥମ ପୁରସ୍କାର ୧୫,୦୦୦/-, ଦ୍ୱିତୀୟ ପୁରସ୍କାର ୧୦,୦୦୦/-, ତୃତୀୟ ପୁରସ୍କାର ୫,୦୦୦/- । ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ହିନ୍ଦୀ ଭାଷାରେ କରାଯାଉଛି । ଉଭୟ ବିଦ୍ୟାର୍ଥୀ ଏବଂ ସାଧାରଣ ନାଗରିକମାନେ ଭାଗ ନେଇପାରିବେ । ସମୁଦାୟ ୧୦୦ଗୋଟି ଏକ ନମ୍ବର ବିଶିଷ୍ଟ ସାମ୍ଭାବ୍ୟ ଉତ୍ତର ବିଶିଷ୍ଟ ପ୍ରଶ୍ନ ରହିବ । ସମସ୍ତ ଭାରତୀୟ ଗୋ ଦର୍ଶନ ପୁସ୍ତକରୁ ଆସିବ । ଏହି ବହିକୁ ଜଣେ ଗୋ ବିଜ୍ଞାନ ପରୀକ୍ଷା ଆପ୍ଲିକେଶନରୁ ଜଣେ ଡ଼ାଉନଲୋଡ଼ କରି ମଧ୍ୟ ପଢି ପରୀକ୍ଷା ଦେଇପାରିବେ । ସର୍ବପ୍ରଥମ ପରୀକ୍ଷାର୍ଥୀ ମୋବାଲଇ ଆପ୍ଲିକେଶନକୁ ରେଜିଷ୍ଟ୍ରେସନ କରିବେ |


