ବିନା ପ୍ରାର୍ଥନାରେ ଦୀର୍ଘ ୯ମାସ ପରେ ଖୋଲି ସ୍କୁଲ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) : କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୯ତାରିଖରୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଥିଲା । ଆଜି ୮ତାରିଖ ଠାରୁ ସରକାରଙ୍କ ପୂର୍ବ ଘୋଷିତ ସୂଚନା ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ଯାଏଁ ବିଦ୍ୟାଳୟ ଖୋଲିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନ ପ୍ରାୟ ୩୩ଗୋଟି ଉଚ୍ଚ ବିଦ୍ୟାଳୟ ଆଜି ଖୋଲାଯାଇଛି । ବିନା ପ୍ରାର୍ଥନାରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିବାବେଳେ ସାମାଜିକ ଦୂରତା ମଧ୍ୟରେ ଶ୍ରେଣୀ ଗୃହରେ ବସିଥିଲେ । ଏହାଛଡା ବିଦ୍ୟାର୍ଥୀମାନେ ହାତରେ ସାନିଟାଇଜେସନ ଲଗାଇଥିବାବେଳେ ମୁହଁରେ ମାସ୍କ ଲଗାଇଥିଲେ । ନିୟମ ଅନୁସାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କର ମଧ୍ୟ କୋଭିଡ ଟେଷ୍ଟ ହୋଇଥିବା ଜଣାପଡିଛି । କୋଭିଡ ଟେଷ୍ଟ ମଧ୍ୟ ବାଧ୍ୟତାମୂଳକ ହୋଇଥିବା ଜଣାପଡିଛି । ସମସ୍ତ ବ୍ୟବସ୍ଥାକୁ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀଙ୍କ ସମେତ ସହଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଶିକ୍ଷା ସଂଯୋଜକ ମାନେ ଯାଞ୍ଚ କରିଥିଲେ ।