ରାମଲିଳା ମୈଦାନରେ ଦଶହରା ପାଳିଲେ ମୋଦି

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଦ୍ୱାରିକାସ୍ଥିତ ସେକ୍ଟର ୧୦ ସ୍ଥିତ ରାମ ଲୀଲା ମୈଦାନରେ ପବିତ୍ର ବିଜୟା ଦଶମୀ ଅବସରରେ ରାବଣ ଦେହରେ ଅଗ୍ନି ସଂଯୋଗ କରିବା ସହ ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ ବକ୍ତବ୍ୟରେ କହିଛନ୍ତି ଭାରତ ଭଳି ପବିତ୍ର ଦେଶରେ ପାଳନ କରାଯାଉଥିବା ପର୍ବ ପର୍ବାଣୀ ଭାରତୀୟ ସଂସ୍କୃତି କଳା, ଆଦି କୁ ଭାଇଚାରା ବଜାୟ ରଖିପାରିଛି । ଏହା ସହ ସେ କହିଛନ୍ତି ଭାରତ ହେଉଛି ଏକ ଶକ୍ତି ସାଧନାର ପୀଠ । ମା ଦୂର୍ଗାଙ୍କୁ ନଅଦିନ ଧରି ପୂଜାର୍ଚ୍ଚନା କରି ମାଙ୍କୁ ଆତ୍ମସମ୍ମାନ ସହ ସଶକ୍ତି କରଣ ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି କହିଛନ୍ତି । ଦେଶ ବାସୀ ବାୟୁ ସେନା ପାଇଁ ବେଶ ଗର୍ବିତ ବୋଲି କହିଛନ୍ତି । ଏହା ସହ ଆଜିର ଦିନରେ ମୋଦି ମନ କି ବାତର କିଛି କଥା ସ୍ମରଣ କରି କହିଛନ୍ତି ନାରୀ ହେଉଛି ଗୃହର ଲକ୍ଷ୍ମୀ । ତେଣୁ ନାରୀ ମାନଙ୍କର ଉନ୍ନତି ନିମନ୍ତେ ସର୍ବଦା ଚେଷ୍ଟା କରିବା ଦରକାର ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ