କର ଫାଉଣ୍ଡେସନ୍ ମିଡିଆ ସମ୍ମାନ ଅନୁଷ୍ଠିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ \”କର ଫାଉଣ୍ଡେସନ୍‌\’ ତରଫରୁ ଭୁବନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ଭବନରେ \”କର ଫାଉଣ୍ଡେସନ୍ ମିଡିଆ ସମ୍ମାନ\’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକମାନଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ଶ୍ରୀମତୀ ସିପ୍ରା ମଲ୍ଲିକ, ଅନ୍ୟତମ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ତଥା \”ଜୟ ଓଡ଼ିଶା\’ ସଙ୍ଗଠନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ, କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ଚଳଚ୍ଚିତ୍ର ଅଭିନେତା ଚନ୍ଦନ କର ଓ କୋଷାଧ୍ୟକ୍ଷ ଶ୍ରୀମତୀ ଗୀତାଞ୍ଜଳି କର ଅତିଥି ରୂପେ ଯୋଗ ଦେଇଥିଲେ । ବର୍ଷ ବର୍ଷ ଧରି ଅନୁଷ୍ଠାନ ତରଫରୁ ଆୟୋଜିତ ହେଉଥିବା ସଚେତନତାମୂଳକ କାର୍ଯ୍ୟକ୍ରମ ଓ ଲୋକମାନଙ୍କୁ ଉତ୍ସାହିତ କରୁଥିବା କାର୍ଯ୍ୟକ୍ରମଗୁଡ଼ିକ ଗଣମାଧ୍ୟମ ଜନସାଧାରଣମାନଙ୍କ ପାଖରେ ପହଞ୍ଚାଉଥିବାରୁ ଅନୁଷ୍ଠାନର ଅଧ୍ୟକ୍ଷ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନିତ ହୋଇଥିବା ସାମ୍ବାଦିକ ଓ ସାମ୍ବାଦିକାମାନେ ହେଲେ – ଅଶୋକ ମହାନ୍ତି, ଚକ୍ରଧର ମାଝୀ, ସନ୍ତୋଷ କୁମାର ପଣ୍ଡା, ଚନ୍ଦ୍ରଶେଖର ସାହୁ, ମନୋରଞ୍ଜନ ମହାନ୍ତି, ସନ୍ଦୀପ ବଳ, ଐଶ୍ୱର୍ଯ୍ୟା ପରିଜା, ମାମାଲି ବେବର୍ତ୍ତା, ସୌଭାଗ୍ୟରଞ୍ଜନ ମହାନ୍ତି, ସିମ୍ପୁଲ୍ ନାୟକ, ସସ୍ମିତା ସାହୁ, ବିଶ୍ୱଜିତ ଦାସ, ବିଭୂତିଭୂଷଣ ମହାପାତ୍ର ଓ ମନୋରଞ୍ଜନ ମିଶ୍ର । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଯୁବ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ । ଅନ୍ୟମାନଙ୍କ ମଧ୍ୟରେ ଶେଖର ମହାନ୍ତି, ଯୁବନେତା ନଳିନୀକାନ୍ତ ନାୟକ, ହାସ୍ୟାଭିନେତା ଜ୍ଞାନ, ବିନୋଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ