ବ୍ରହ୍ମପୁର ଉପଜିଲ୍ଲାପାଳ ଅଫିସରେ କୋରନା ଯୋଦ୍ଧାଙ୍କୁ ସମ୍ମାନିତ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ବ୍ରହ୍ମପୁର ରେ ଉପଜିଲ୍ଲାପାଳ ଅଫିସରେ ଥିବା ଶ୍ରୀମାନ ବିନୋଦ କୁମାର ବେହେରା ଓ.ଆର.ଏସ ସହକାରୀ ଜିଲ୍ଲାପାଳ ଓ ଶ୍ରୀମାନ ମାଲେଶ୍ଵର, ଓ.ଆର.ଏସ ସରକାରୀ ଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ମାଜିଷ୍ଟେଡ଼କୁ ବ୍ରହ୍ମପୁର ଗଜପତି ନଗର ନିବାସୀ ତଥା ଗଞ୍ଜାମ କୁର୍ମ୍ମ କ୍ଷତ୍ରିୟ ସମାଜର ସଭାପତି ଭାରତ କୃଷକ ସମାଜର ଆଜୀବନ ସଦସ୍ୟ ଶ୍ରୀ ଇ.ଅଭିମନ୍ୟୁ ପ୍ରଧାନ ମାନପତ୍ର ଉପଢ଼ୋକନ ଓ କୋରନା କୀଟ ଦେଇ କୋରନା ଯୋଦ୍ଧା ଭାବରେ ସମ୍ମାନିତ କରିଥିଲେ | ତାଙ୍କର କାର୍ଯ୍ୟକଳାପ ଅତି ଉଚକୋଟିର ଓ କୋରନା ଅଦୃଶ୍ୟ ମହାମାରୀ ରୋଗର ନିରାକରଣ ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ | ଏହା ସହିତ ସେହି ଅଫିସରେ କାର୍ଯ୍ୟରତ ଶ୍ରୀ ରାମଚନ୍ଦ୍ର ବେହେରା ଓ ଶ୍ରୀ ଅଶ୍ୱିନୀ କୁମାର ଦାସ ମାନଙ୍କୁ ଶ୍ରୀ ପ୍ରଧାନ ସମ୍ମାନିତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଯୁବ ସମାଜ ସେବି ଶ୍ରୀ ରାକେଶ ପ୍ରଧାନ ଓ ବିଭିନ୍ନ ମିଡ଼ିଆର ସାମ୍ବାଦିକ ମାନେ ଉପସ୍ଥିତ ଥାଇ ଭୁଇୟସୀ ପ୍ରଶଂସା କରିଥିଲେ | ପୂର୍ବରୁ ଉପଜିଲ୍ଲାପାଳ ଭି.କ୍ରିତିଭାଶନ ଙ୍କୁ ମାନପତ୍ର ଉପଢ଼ୋକନ ପୁଷ୍ପ ଓ କୋରନା କୀଟ ଦେଇ ଶ୍ରୀ ଇ.ଅଭିମନ୍ୟୁ ପ୍ରଧାନ ସମ୍ମାନିତ କରିଥିଲେ | ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଙ୍କ ଦିବା ରାତ୍ର କାର୍ଯ୍ୟପରେ କୋରନା ମହାମାରୀ ଅଦୃଶ୍ୟ ରୋଗ ଗଂଜାମ ଜିଲ୍ଲା ରୁ ବିଦାୟ ନେଲା | ଶ୍ରୀମାନ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲା ପାଳଙ୍କର ଆଦେଶରେ ମାସ୍କ ପରିଧାନ କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରାଯାଇଛି |


