ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁମିତ୍ରା ପ୍ରଥମ ମହିଳା ବିଚାରକ
ଭୁବନେଶ୍ୱର,: ୨୭.୯.୨୦୧୯ରିଖ ଠାରୁ ତା ୩.୧୦.୨୦୧୯ରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ବାଟାମଠାରେ ଅନୁଷ୍ଠିତ ୫୩ତମ ଏସିଆନ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଶ୍ରୀମତୀ ସୁମିତ୍ରା ତ୍ରିପାଠୀ ବିଚାରକ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ସହିତ ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପ୍ରଥମ ଓଡ଼ିଆ ମହିଳା ବିଚା ରକ ହେବାର ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି । ପୁରୁଷ ପ୍ରାଧାନ୍ୟ ଏହି ପ୍ରତିଯୋଗିତାରେ ତ୍ରିପାଠୀଙ୍କର ଏହି ସଫଳତା କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ମହିଳାଙ୍କ ନିମନ୍ତେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ, ପ୍ରଚାର ଓ ପ୍ରସାର ପାଇଁ ଏକ ସମୟପୋଯୋଗୀ ଏବଂ ଯୁଗପୋଯାଗୀ ପଦକ୍ଷେପ । ଏଥି ସହିତ ଏହି ପ୍ରତିଯୋଗିତାରେ ୮୫ କେଜି ଓଜନ ବର୍ଗରେ ଓଡ଼ିଶା ବଡ଼ି ବିଲ୍ଡ଼ିଂ ଆସୋସିଏସନର ପ୍ରତିଯୋଗୀ ରଶ୍ମୀ ରଞ୍ଜନ ସାହୁ ଅଂଶଗ୍ରହଣ କରି ୫ମ ସ୍ଥାନ ଲାଭ କରିବା ସହିତ ଆନ୍ତର୍ଜାତିକ ସୁନ୍ଦର ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ପାଇଁ ସୁନାମ ଆଣିପାରିଛନ୍ତି । ଉଭୟ ଶ୍ରୀମତୀ ତ୍ରିପାଠୀ ଏବଂ ଶ୍ରୀ ସାହୁ ତା ୭.୧୦.୨୦୧୯ରିଖ ଦିନ ଇଣ୍ଡୋନେସିଆରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ôଚବା ପରେ ଓଡ଼ିଶା ବଡ଼ି ବିଲ୍ଡ଼ିଂ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, କାର୍ଯ୍ୟନିର୍ବାହୀ ସଭାପତି ବାବୁଲି ସ୍ୱାଇଁ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ବିବେକାନନ୍ଦ ବାରିକ, ଭବାନୀ ଶଙ୍କର ସାହୁ, ବିନୋଦ ମହାରଣା, ଏନ୍.ଏମ୍. ଗ୍ରୁଫ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡ଼ା, ଜିତେନ୍ଦ୍ର ଜେନା, ରେଡ଼କ୍ରସର କର୍ମକର୍ତ୍ତା, ନେହେରୁ ଯୁବ ପ୍ରତିଷ୍ଠାନ, ଜୁରାସିକ ଜିମ୍ ଏବଂ ବି.ଏମ୍.ସି ଜିମ୍ ବଉଳଗଡ଼ ତଥା ବହୁ ଶୁଭେଚ୍ଛୁ ବିମାନ ବନ୍ଦରରେ ପହଞ୍ôଚ ସୁମିତ୍ରା ଏବଂ ରଶ୍ମୀ ରଞ୍ଜନଙ୍କୁ ସେମାନଙ୍କର ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇବା ସହିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।


