ପୋଲସରା ଗୋପବନ୍ଧୁ ହାଇସ୍କୁଲ ୧୯୮୩ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରାର ଗୋପବନ୍ଧୁ ହାଇସ୍କୁଲର ୧୯୮୩ ମ୍ୟାଟ୍ରିକ ବ୍ୟାଚ ଛାତ୍ରମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ନିକଟସ୍ଥ ଧନେଇ ଜଳ ଭଣ୍ଡାର ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ୩୭ ବର୍ଷ ପରେ ସାଙ୍ଗମାନଙ୍କ ବନ୍ଧୁ ମିଳନ ଉତ୍ସବ ଅତ୍ୟନ୍ତ ଭାବ ବିହ୍ଵଳ ହୋଇଥିଲା। ଦୈନିକ ଖବର କାଗଜ ଅନୁପମଭାରତ ର ପ୍ରାକ୍ତନ ସମ୍ପାଦକ ଜ୍ୟୋତିର୍ମୟ ପଟ୍ଟନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉତ୍ସବରେ ପ୍ରଥମେ ୧୯୮୩ ବ୍ୟାଚର ଦିବଂଗତ ଛାତ୍ର ଓ ଗୁରୁଜୀଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା l କାଳୀ ଚରଣ ଷଢଙ୍ଗୀ ବେଦପାଠ, ପ୍ରକାଶ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେବା ପରେ ସମସ୍ତେ ନିଜସ୍ୱ ପରିଚୟ ଦେଇ ୩୭ ବର୍ଷ ପରେ ଅନୁଷ୍ଠିତ ପ୍ରଥମ ବନ୍ଧୁ ମିଳନ ଉତ୍ସବକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଗୋପବନ୍ଧୁ ହାଇସ୍କୁଲର ସମସ୍ତ ପ୍ରାକ୍ତନ ଛାତ୍ର ଙ୍କୁ ନେଇ ଏକ ବଡ଼ ଧରଣର ବନ୍ଧୁ ମିଳନ ଉତ୍ସବ ଆୟୋଜନ କରିବା ପାଇଁ ନିଷ୍ପତି ହୋଇ ଥିଲେ l ଏହି ଅବସରରେ ଏକ କମିଟି ଗଠନ କରାଯାଇ ଶିବ ପ୍ରସାଦ ଶାସମଲ ଙ୍କୁ ସଭାପତି, ସଦାନନ୍ଦ ପଣ୍ଡା ଉପସଭାପତି, ପ୍ରକାଶ ଚନ୍ଦ୍ର ଦାଶ ସମ୍ପାଦକ ଭାବେ ମନୋନୀତ କରାଯାଇ ଥିଲା କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ଘଡେଇ , କାମରାଜୂ ପାତ୍ର, ବିମ୍ବାଧର ବେହେରା, ଅଶୋକ ନାୟକ, ନିରଞ୍ଜନ ଦାଶ,ନୀଳାଦ୍ରି ବିହାରୀ ମହାପାତ୍ର, ଶିଶିର ନାୟକ, ଶିବ ଶଙ୍କର ପାଢ଼ୀ, ପ୍ରଶାନ୍ତ ମିଶ୍ର,ସୀତାରାମ ପ୍ରଧାନ, ସନ୍ତୋଷ ପାଣିଗ୍ରାହୀ, ରମେଶ ବେହେରା, ସୁନୀଲ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପୋଲସରା, ବୁଗୁଡ଼ା ସମେତ ଦୂର ଦୁରାନ୍ତରୁ ୭୦ ଜଣ ଛାତ୍ର ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ