ଗଜଲକ୍ଷ୍ମୀପୂଜା ଉପଲକ୍ଷେ ଭାରିଜାନ ଚଳାଚଳରେ କଟକଣା

କେନ୍ଦ୍ରାପଡା :କେନ୍ଦ୍ରାପଡା ସହରରେ ଓ ରାଜ୍ୟ ସଡକ ପଥ ୯(ଏ)ରେ ଗଜଲକ୍ଷ୍ମୀପୂଜା ପାଳନ ଉପଲକ୍ଷେ ଭାରିଜାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ବିଭିନ୍ନ ବେସାମରିକ ଅନୁଷ୍ଠାନ,ସାମାଜିକ ସଙ୍ଘ ଏବଂ ଜନସାଧାରଣଙ୍କ ଆପତ୍ତିକ୍ରମେ କେନ୍ଦ୍ରାପଡା ସହରରେ ଚଳିତମାସ ୧୩ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ସହରରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣକରି ଜନସାଧାରଣଙ୍କ ଧନଜୀବନକୁ ସୁରକ୍ଷା ଦେବା ଏବଂ ରାସ୍ତା ଦୂର୍ଘଟଣାକୁ ଏଡାଇବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମ୍ୟାଜିଷ୍ଟ୍ରେଟ ଏବଂ ଆଚଂଳିକ ପରିବହନ କତ୍ତୃପକ୍ଷ ଅଧ୍ୟକ୍ଷ ସମର୍ଥ ବର୍ମା ମେରାଟର ଯାନ ନିୟମ ୧୯୮୮ର ଅଧିନିୟମ ୧୧୫ ଅନୁଯାଇ ସହରରେ ଏକତରଫା ରାସ୍ତା ପ୍ରଚଳନର ନିୟମ କରିବା ସହ ମାଲବାହୀ ଭାରିଯାନ ଯଥା ବହୁଚକ ବିଶିଷ୍ଟ ଯାନ ଏବଂ ଟ୍ରେଲର ଯାନ ଗୁଡିକୁ ରାଜ୍ୟ ସଡକ ରାଜପଥ ୯(ଏ)ରେ କୁସୁନପୁର(ଚାନ୍ଦୋଳ)ଠାରୁ ପଟ୍ଟାମୁଣ୍ଡାଇ ରାସ୍ତାରେ କେନ୍ଦ୍ରାପଡା ସହର ମଧ୍ୟଦେଇ ଆସନ୍ତା ୧୩ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ସକାଳ ୭ଟା ଠାରୁ ପୂର୍ବାହ୍ନ ସାଢେ୧୧ଟା ଏବଂ ଅପରାହ୍ନ ୩ଟାରୁ ରାତି ସାଢେ ୧୦ଟା ପର୍ଯ୍ୟନ୍ତ ନିଷେଧାଜ୍ଞା ଜାରି କରିଛନ୍ତି । ଗଜଲକ୍ଷ୍ମୀ ପୂଜା, ମେଲଣ ଓ ଭଷାଣି ଉତ୍ସବ ଉପଲକ୍ଷେ ସହରରେ ଦୁଇଚକିଆ ଯାନ ଯଥା ରିକସା, ଅଟୋରିକ୍ସା,  ମଟରସାଇକେଲ ଭଳି ହାଲୁକା ଯାନ ଗୁଡିକ ତିନିମୁହାଣିକୁ ଆସି ଗୋବରୀ ରିଂ ରୋଡ,ନୂଆବସଷ୍ଟାଣ୍ଡ,ଭାଷ୍କର ସିନେମାହଲ,ସାନ୍ତସାହି କେନାଲବ୍ରିଜ ଦେଇ ବ୍ଲକ ରୋଡରୁ ଇଛାପୁରଦେଇ ଯାଇପାରିବେ । ସେହିପରି ଇଛାପୁର ଆଡୁ ଆସୁଥିବା ହାଲୁକା ଯାନ ଗୁଡିକ କେଶପୁର, ନସଡିପୁର,ମୀରପାଟଣା, କାକଟ ଲକ ନିକଟରୁ ଶ୍ୟାମସୁନ୍ଦରପୁର ଛକ ଦେଇ ବାହାରିବେ । ଏତଦ ବ୍ୟତିତ ସର୍ବସାଧାରଣଙ୍କ ସୁରକ୍ଷା ଜନିତ କୈାଣସି ଯାନ ଗୁଡିକୁ ମେଲଣ,  ଭଷାଣି ଓ ଶୋଭାଯାତ୍ରା ବେଳେ ଉଲ୍ଲିଖିତ ସମୟ ମଧ୍ୟରେ ସହର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଏହି ନିଷେଧାଜ୍ଞା ସହର ମଧ୍ୟରେ ଏବଂ ରାଜ୍ୟ ସଡକ ରାଜପଥ ୯(ଏ)ରେ କୁସୁନପୁର(ଚାନ୍ଦୋଳ)ଠାରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ସହର ମଧ୍ୟଦେଇ ସଡକ ପଥରେ ଆସନ୍ତା ୧୩ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ଲାଗୁରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ