ଉଢୁରାରେ କଂଗ୍ରେସ କର୍ମୀ ସମ୍ମିଳନୀ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବ୍ଳକ୍ ଓ ଏନଏସି ସ୍ତରୀୟ ଏକ କର୍ମୀ ସମ୍ମିଳନୀ ବେଲଗୁଣ୍ଠା ନିକଟସ୍ଥ ଉଢୁରା ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ କଂଗ୍ରେସ ଛାଡି ଅନ୍ୟ ଦଳକୁ ଯାଇଥିବା କର୍ମୀ ଓ ନେତାଙ୍କ ସହ ଆଲୋଚନା କରି ସେମାନଙ୍କୁ ପୁଣି ଦଳକୁ ଫେରାଇ ଅଣାଯିବ ବୋଲି ପ୍ରକାଶ କରିଥିଲେ I ଏହା ସହ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ କୃଷକ ମାରଣ ନୀତିକୁ ଲୋକଙ୍କ ନିକଟରେ ପହଂଚାଇ ପାରିଲେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇବ ବୋଲି ପ୍ରକାଶ ବିଧାୟକ ଶ୍ରୀ ଜେନା କରିବା ସହ ଆଗାମୀ ଦିନରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ I ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁ୍କ୍ତି ହୋଇଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ଯୋଗ ଦେଇ ଲୋକସଭା ଓ ରାଜ୍ୟ ସଭାରେ ବିଜେଡ଼ି ବିଜେପି ସହଭାଗୀତାରେ ଭାଇ ଭାଇ ହୋଇ ଚଳି ଆସୁଥିଲେ ମଧ୍ୟ ବିଜେପି ରାଜ୍ୟ ସରକାର ବିରୁଦ୍ଧରେ ଓ ବିଜେଡ଼ି କେନ୍ଦ୍ର ସରକାର ବିରୁଦ୍ଧରେ ଲଢ଼େଇକୁ କୁମ୍ଭୀର କାନ୍ଦଣା ସହ ସମାନ ବୋଲି ପ୍ରକାଶ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅସଲ ଚେହେରା ଲୋକମାନେ ଜାଣି ସାରିଥିବାରୁ ଆଗାମୀ ଦିନରେ କଂଗ୍ରେସ ହିଁ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିଲେ I ଆଇନଜୀବୀ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ଵରେ ଗଠିତ କର୍ମୀ ସମ୍ମିଳନୀରେ ରାଜ୍ୟ କଂଗ୍ରେସ କୋର୍ କମିଟି ସଦସ୍ୟ ଦେବୀ ବିଷୋୟୀ, ପୂର୍ବତନ ନଗରପାଳ ରାଧାଶ୍ୟାମ ମହାପାତ୍ର, ପୂର୍ବତନ କାଉନସିଲର୍ ବେଦବର ବେହେରା, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ପଟ୍ଟନାୟକ, ପୂର୍ବତନ ଛାତ୍ର ନେତା ବିଶିକେଶନ ରାଉତ, ସୋରଡ଼ା ବ୍ଳକ୍ କଂଗ୍ରେସ ସଭାପତି ହରେକୃଷ୍ଣ ରଥ, ଆସ୍କା ବ୍ଳକ୍ କଂଗ୍ରେସ ସଭାପତି ପ୍ରମୁଖ ଯୋଗ ଦେଇଥିଲେ I ଆଇନଜୀବୀ ମଧୁସୂଦନ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଭିଷେକ ଦଳ ବେହେରା ଧନ୍ୟବାଦ ଦେଇଥିଲେ I ବେଲଗୁଣ୍ଠା ବ୍ଳକ୍ ଓ ଏନ୍ଏସିରୁ ପ୍ରାୟ ତିନି ଶହରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଯୋଗଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ