ଦିଗପହଣ୍ଡି ରେ ସାନଖେମୁଣ୍ଡି ବିଧାୟକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବଜାର ଗାନ୍ଧୀ ଛକରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନା ଙ୍କୁ ନଗର କଂଗ୍ରେସ କମିଟି ପକ୍ଷରୁ ଉଛୁୱର୍ଶିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଚିକିଟି ରେ ଦଳୀୟ କାର୍ଯ୍ୟକ୍ରମ ସାରି ଦିଗପହଣ୍ଡି ଦେଇ ସେ ସାନଖେମୁଣ୍ଡି ଫେରୁଥିବା ବେଳେ ରାସ୍ତାରେ ତାଙ୍କୁ ଦଳୀୟ ନେତୃବୃନ୍ଦ ଅଟକାଇ ସଙ୍ଗଠନ ର ଅଭିବୃଦ୍ଧି ନିମନ୍ତେ ବିସ୍ତୃତ ଆଲୋଚନା କରିବା ସହ ସହରରେ ଦଳୀୟ ସଙ୍ଗଠନ ର ପୁନର୍ବିନ୍ୟାସ ନିମନ୍ତେ ଅନୁରୋଧ କରିଥିଲେ। ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ର ବିଧାୟକଙ୍କୁ ଏକାନ୍ତରେ ସାକ୍ଷାତ କରି ସଂଘର ଅଭାବ ଅସୁବିଧା ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ପୂର୍ବତନ କାଉନସିଲର ଏମ୍. ତ୍ରିନାଥ ବିଧାୟକ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ।ଖୁବ୍ ଶୀଘ୍ର ଦିଗପହଣ୍ଡି ଠାରେ ଦଳୀୟ ସମାବେଶ ଆୟୋଜନ କରିବା ନିମନ୍ତେ ସେ ଉପସ୍ଥିତ ଦଳୀୟ ନେତୃବୃନ୍ଦ ଙ୍କୁ ପରାମର୍ଶ ଦେଇ ଫେରିଥିଲେ। ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା, ଦଳୀୟ କାର୍ଯ୍ୟକର୍ତ୍ତା ବିକାଶ କୁମାର ପଶୁପାଳକ,କେ. କୁନା, ଭଗବାନ ସ୍ବାଇଁ,ଏମ୍. ବାଇନାଥ, ଡମ୍ବରୁଧର ବେହେରା, କେଶବ ରାଓ, ଦିବାକର ପ୍ରଧାନ,ବାଲ୍ମୀକି ବେହେରା, ଦେବେନ୍ଦ୍ର ପଣ୍ଡା ପ୍ରମୁଖ ବହୁ ସଂଖ୍ୟକ ଯୁବ କଂଗ୍ରେସ କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ