ଜାତୀୟ ଯୁବ ଦିବସ ପାଳିତ
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ ରିବନ କ୍ଲବ ଏବଂ ଯୁବ ରେଡ କ୍ରସ ମିଳିତ ଉଦ୍ୟମରେ ଏବଂ ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଦ୍ୱାରା ପ୍ରାୟୋଜିତ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠିଉନ୍ନୟନ ଅଧିକ|ରି ଶଶୀଭୂଷଣ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ର ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ |ଇଂରାଜୀ ବିଭାଗ ପ୍ରାଧ୍ୟ|ପକ ଡ଼ଃ ରାଜେନ୍ଦ୍ର ଡାକୁଆ ସଭାପତିତ୍ବ କରିଥିଲେ |କଳିଙ୍ଗ ଟିଭି ପ୍ରତିନିଧି ରତ୍ନାକର ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ |ଯୁବରେଡକ୍ରସ ଜ଼ିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ ସ୍ୱାଗତ ଭାଷଣ ଦେଇଥିଲେ |କରୋନା ଯୋଦ୍ଧା ଛାୟାକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମପରିବେଷଣ କରାଯାଇଥିଲା | ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଝୋଟି, ସାଧାରଣ ଜ୍ଞାନ, ଚିତ୍ରାଙ୍କନ,ନୃତ୍ୟ ପ୍ରତିଯୋଗିତା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କପିଳ ସାହୁ, କୁମୁଦ ଚନ୍ଦ୍ର ମହାପାତ୍ର, ବିବେକାନନ୍ଦ କର, ରୁନିବାଳା ତ୍ରିପାଠୀ, ସୁଶାନ୍ତ କୁମାର ଲେଙ୍କା, ଦେବେଶ ଚନ୍ଦ୍ର ମହାପାତ୍ର,ବିଜୟ ଲଷ୍ମୀ ପାଢ଼ୀ. ପିଙ୍କି ପଳାଇ, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ |ଗତ ଦିନରେ କରୋନା ସଚେତନତା ପଥପ୍ରାନ୍ତ ନାଟକ ବିଭିନ୍ନ ଗ୍ରାମରେ ପରିବେଷଣ କରିଥିବା କାନ୍ହୁ ସ୍ୱାଇଁ, ସିଂଙ୍କୁ ବେହେରା, ମହେନ୍ଦ୍ର ବେହେରା, ସାଗର ସ୍ୱାଇଁ, ସମୀର ଗୌଡ଼ଙ୍କୁ ସମ୍ମାନିତ କରାଯାଇଥିଲା |


