10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆଇ.ସି.ଡି.ଏସ ସୁପରଭାଇଜର।

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଭବାନିପାଟଣା କୁଟୁରୁଖମାର ସେକ୍ଟର ଆଇ.ସି.ଡି.ଏସ ସୁପରଭାଇଜର 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରକାଶ ଯେ ଭବାନିପାଟଣା ବ୍ଲକ କୁରୁମାଚୁଆଁ ର ଅଙ୍ଗନବାଡି କର୍ମି ସୀମନ୍ତିନୀ ନାଏକ ଠାରୁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଅଣ୍ଡା ଓ ପନିପରିବା ର ବିଲ କରିଦେଇ 10 ହଜାର ଟଙ୍କା ଦାବି କରିଥିଲେ । ଏନେଇ କୋରାପୁଟ ଜୟପୁର ଭିଜିଲାନ୍ସ ର ନୁଆପଡା ଡିଭିଜନ ଭିଜିଲାନ୍ସ ବିଭାଗ ରେ ଅଭିଯୋଗ କରିଥିଲେ । ଆଜି ତାଙ୍କ ଭଡାଘରୁ 10 ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନୁଆପଡା ଭିଜିଲାନ୍ସ ଡିଭିଜନ ଦିନବନ୍ଧୁ ବେହେରା ଙ୍କ ସମେତ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି । ଏହି ଚଢାଉ ରେ ବର୍ତ୍ତମାନ ସୁଦ୍ଧା ସୁପରଭାଇଜର ରାଧାରାଣି ଦେଇଙ୍କ ଘରୁ ନଗଦ ଟଙ୍କା ସହ ସୁନା ଅଳଙ୍କାର ଓ ବିଭିନ୍ନ କାଗଜପତ୍ର ବାହାରିଛି ଓ ଚଢାଉ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ