ରାମ ମନ୍ଦିର ନିର୍ମାଣାର୍ଥେ ମୁକ୍ତ ହସ୍ତରେ ଦାନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଜେପି, ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମିଳିତ ଆନୁକୂଲ୍ୟରେ ଆଜି ଅଯୋଦ୍ଧା ସ୍ଥିିତ ରାମମନ୍ଦିର ନିର୍ମାଣାର୍ଥେ ମୁକ୍ତ ହସ୍ତରେ ଦାନ କରନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପାଳଦା ବାଙ୍କ ସ୍ଥିତ ହନୁମାନ ବାଟିକା ଠାରୁ ଆରମ୍ଭ ହୋଇଥିବା ଅଭିଯାନକୁ ମଣ୍ଟଳ ସଭାପତି ଗିରିଶ ଚନ୍ଦ୍ର ସାମଲ ଉଦଘାଟନ କରିଥିଲେ । ଏହା ପରେ କର୍ମୀମାନେ ଭଣ୍ଡାରିପୋଖରୀ ବଜରା ପରିକ୍ରମା କରିବା ସହ ରାମ ମନ୍ଦିର ନିର୍ମାଣ ପାଇଁ ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣ ମାନଙ୍କ ଠାରୁ ଅର୍ଥ ସଂଗ୍ରହ କରିଥିଲେ । ଏଥିରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ପ୍ରଭାତ ରାଉତ, ପ୍ରଫୁଲ୍ଲ ସାହୁ, ଜଗବନ୍ଧୁ ଦାସ, କମଳକୃଷ୍ଣ ନନ୍ଦ, କରୁଣାକର ସାହୁ, ପର୍ଶୁରାମ ପରିଡା, ଚନ୍ଦ୍ରକାନ୍ତ ରାଉତ, ପ୍ରଦୀପ ସାହୁ, ବାପି ସାମଲ, ନିର୍ମଳ କର, ଶିବାନନ୍ଦ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ