କଲ୍ୟାଣ ପୁର ସାଇ ମନ୍ଦିରରେ ଧ୍ୟାନ ବୃକ୍ଷ ରୋପଣ

ଜଗନ୍ନାଥପ୍ରସାଦ,ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ବେଲଗୁଣ୍ଠା ସତ୍ୟସାଇ ସମିତି କଲ୍ୟାଣପୁର ଭଜନମଣ୍ଡଳୀ ର ପ୍ରାଙ୍ଗଣରେ ଆଜି ଧ୍ୟାନବୃକ୍ଷ ସଦୃଶ ବଟ ବୃକ୍ଷ ରୋପଣ କରାଯାଇଛି । ଏହି ଦିବ୍ୟବୃକ୍ଷ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦ୍ୱାରା ପ୍ରସନ୍ତିନୀଳୟଂ ଠାରେ ୧୯୫୯ ମସିହାରେ ରୋପିତ ଧ୍ୟାନ ବୃକ୍ଷଙ୍କ ଅଙ୍ଗଜ । ଜାତି, ଧର୍ମ , ବର୍ଣ୍ଣ ନିର୍ବିଶେଷରେ ଏହି ବୃକ୍ଷ ମୂଳରେ ମନୁଷ୍ୟ ଶାରୀରିକ, ମାନସିକ ତୃପ୍ତି ଲାଭ କରିପାରିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଭଞ୍ଜନଗର ସତ୍ୟସାଇ ମନ୍ଦିରରୁ ଶୋଭା ଯାତ୍ରାରେ ବାଦ୍ୟ ବାଦ୍ୟଣା କରି ଆଣିବା ସହ ହୋମଯଜ୍ଞ ଆଦି କରି ରୀତିନୀତି ରେ ଏହାକୁ ରୋପଣ କରାଯାଇଛି । ଏଥିରେ ସତ୍ୟସାଇ ରାଜ୍ୟ ଆଦିବାସୀ ଉନ୍ନୟନ ସଂଯୋଜକ ପ୍ରତାପ କୁମାର ସ୍ବାଇଁ ଜିଲ୍ଲା ସଭାପତି ଦେବାଶିଷ ମିଶ୍ର, ବନ ବିଭାଗର ଅଧିକାରୀ ବବୁଲ କୁମାର ସେଠୀ ,ବିନୋଦ କୁମାର, କର୍ତ୍ତା ଭାବରେ ଚନ୍ଦ୍ରଶେଖର ପାଣିଗ୍ରାହୀ ଓ ତାଙ୍କ ଧର୍ମ ପତ୍ନୀ କାର୍ଯ୍ୟ ତୁଲାଇଥିଲେ । ଆବାହକ ଧନଞ୍ଜୟ ପଟ୍ଟନାୟକ ଓ ଅନୁଷ୍ଠାନର କୃଷ୍ଣଚନ୍ଦ୍ର ନାୟକ, ଜଗନ୍ନାଥ ପାଣିଗ୍ରାହୀ , ସୁବ୍ରତ କୁମାର ସାହୁ ପ୍ରମୁଖ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ