ବନସ୍ତା ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ବନସ୍ତା ଠାରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବନସ୍ତା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟକୁ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମା ସୁବର୍ଣ୍ଣମୁଖୀ କ୍ରିକେଟ କ୍ଲବ ନେରଡା ଓ ଟିଏମ କ୍ରିକେଟ ବ୍ଲକ ଡଅଁର ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଡଅଁର କ୍ରିକେଟ ଟିମ ଟସଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ଓଭରରେ ୧୨୧ରନ ସଂଗ୍ରହ କରିଥିବାବେଳେ ଅପରପକ୍ଷ ନେରଡା କ୍ରିକେଟ ଟିମ ୧୦ଉଭରରେ ୧୧୦ରନ ସଂଗ୍ରହ କରିଥିଲା । ଦୟାନିଧି ନାୟକଙ୍କୁ ମ୍ୟାନ ଅଫଦି ମ୍ୟାଚ ଘୋଷଣା କରାଯାଇଥିଲା । ଅମ୍ପେୟାର ଭାବେ ସୀତାଂଶୁ ବିଶ୍ୱାଳ ଓ ବିଜୟ ନାୟକ ଖେଳ ପରିଚାଳନ କରିଥିବାବେଳେ ଦୀପକ କୁମାର ବେହେରା ଓ ବିଶ୍ୱନାଥ ବେହେରା ସ୍କୋରର, ସ୍ନେହାଂଶୁ ବିଶ୍ୱାଳ ଓ ଦେବାଶିଷ ବେହେରା ଭାଷ୍ୟକାର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଖେଳକୁ କ୍ଲବର ସମସ୍ତ ସଦସ୍ୟା ପରିଚାଳନା କରିଥିଲେ ।