ବଡରମ୍ପାସ ମା ସିଦ୍ଧଚଣ୍ଡୀ ପୂଜା ଉଦଯାପିତ,ସଂଗୀତରେ ଝୁମିଲେ ଦର୍ଶକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ବଡରମ୍ପାସ ଦେବୀ ପୀଠରେ ମା ସିଦ୍ଧଚଣ୍ଡୀଙ୍କ ପୂଜା ମହା ଆଡମ୍ବର ସହକାରେ ସମ୍ପୁର୍ଣ୍ଣ କରାଯାଇଛି । ଗତ ତିନି ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପୂଜାରେ ଷଷ୍ଠୀପୂଜା, ମହାସପ୍ତମୀ ପୂଜା, ମହାଷ୍ଟମୀ ପୂଜା, ମହାନବମୀ ପୂଜା ଓ ଦଶହରା ପୂଜାକୁ ରିତୀନୀତି ମତେ କରାଯାଇଥିଲା । ଏଥିପାଇଁ ବିଭିନ୍ନ ଗ୍ରାମରୁ ଶହଶହ ଶ୍ରଦ୍ଧାଳୁ ଆସି ମାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ । ୮ତାରିଖ ଦିନ ସଂସ୍କୃତିକ କାର୍ଯ୍ୟକ୍ରମରେ ପଙ୍କଜ ଝାଲ ଓ ଅର୍ପିତା ଚୌଧୁରୀଙ୍କ ଭଜନ, ୯ତାରିଖ ଦିନ କଟକ ରେମୋ ଡ୍ୟାନସ ଗ୍ରୁପ ଦ୍ୱାରା ନୃତ୍ୟ ପରିବେଷଣ ଓ ୧୦ତାରିଖ ଦିନ ବିଶିଷ୍ଟ କଣ୍ଠଶିଳ୍ପୀ ଅମ୍ରିତା ନାୟକ, ଅବିନାଶ, ମଳୟ ରାଉତରାୟ ଓ ଦେବସ୍ମିତାଙ୍କ ସଂଗୀତରେ ଦର୍ଶକ ମତୁଆଲା ହୋଇ ଉଠିଥିଲେ । ହଜାର ହଜାର ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିବାବେଳେ ସିଦ୍ଧଚଣ୍ଡୀ ପୂଜା କମିଟି ପକ୍ଷରୁ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।


