ବଡମାଧପୁର ପଂଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକର ବଡମାଧପୁର ଗ୍ରାମ ପଂଚାୟତରେ ଶୁକ୍ରବାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଜନ ସଂପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବରଙ୍ଗ ଗ୍ରାମ ଠାରୁ ଏହି ପଦଯାତ୍ରା ଶୁଭାରମ୍ଭ ହୋଇ ସମସ୍ତ ଗ୍ରାମ ପଂଚାୟତ ପରିକ୍ରମା କରି ମୁଖ୍ୟମନ୍ତ୍ରୀ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ଲୋକମାନଙ୍କୁ ବିଧାୟକ ଶ୍ରୀ ବେହେରା ସଚେତନତା କରାଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ । ଏହି ପଦଯାତ୍ରାରେ ଶହ ଶହ ଦଳୀୟ ନେତା ଓ କର୍ମୀ ସାମିଲ ହେବା ସହ ବାଜ୍ୟ ବାଜଣା ଓ ଶଙ୍ଖ ଧ୍ୱନୀରେ ପଂଚାୟତ କମ୍ପିଉଠିଥିଲା । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ରାଜ୍ୟ କୃଷି ବିପଣନ ନୀଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଆଦିକନ୍ଦ ସେଠୀ, ୨୧ନଂ ଜିଲ୍ଲାପରିଷଦ ସଭ୍ୟ ଏସ୍.କିଶୋର ରେଡ୍ଡୀ, ବଡମାଧପୁର ସରପଂଚ ଶରତ ଖୁଂଟିଆ, ସମିତି ସଭ୍ୟ ଏନ୍.କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରାଙ୍କ ସମେତ ବହୁ ତୁଙ୍ଗନେତା ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବରଙ୍ଗ ଗାଁ ଠାରେ ଅଙ୍ଗନବାଡିକେନ୍ଦ୍ର, ଗୋବା ଗାଁ ଠାରେ କୋଠଘର ଓ ବଡମାଧପୁର ଗ୍ରମାରେ ଦୁଇଟି କୋଠଘରକୁ ବିଧାୟକ ଶ୍ରୀବେହେରା ଉଦଘାଟନ କରିଥିଲେ ।