ପୋଲସରା ବ୍ଲକରେ ଜଳ ସ୍ୱଚ୍ଛତା ଦିବସ ପାଳିତ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ୨୬ ଟି ଗ୍ରାମ ପଞ୍ଚାୟତରେ ଜଳ ସ୍ୱଚ୍ଛତା ଦିବସ ଜାନୁଆରୀ ୧୮ ତାରିଖ ଦିନ ପାଳିତ ହୋଇଯାଇଛି। ପୋଲସରା ବ୍ଲକ ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ତତ୍ତ୍ୱାବଧାନରେ ୨୬ ଟି ପାଞ୍ଚାୟତର ବିଭିନ୍ନ ପୋଖରୀକୁ ସଫା କରା ଯାଇଥିଲା। ସମସ୍ତ ଜଳ ଭଣ୍ଡାର ଗୁଡିକୁ ପରିଷ୍କାର ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା। ପ୍ରତି ପାଞ୍ଚାୟତରେ ଜଳ ସ୍ୱଚ୍ଛତା ପାଇଁ ରାଲେ ଓ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଜଳକୁ ନଷ୍ଟ ନକରି ସଞ୍ଚିତ କରିବା , ଅଯଥାରେ ଜଳ ନଷ୍ଟ ନକରିବା , ଆବଶ୍ୟକ ଜଳ ବ୍ୟବହାର କରି ପାଇପ ଟ୍ୟାପ ବନ୍ଦ କରିବା ପ୍ରଭୃତି ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା। ପାଞ୍ଚାୟତ ଅଧିକାରୀ ପରମାନନ୍ଦ ସେଠିଆ, ଏବିଡ଼ିଓ ଧର୍ମରାଜ ପରିଡା, ଜିପିଓ ଭଗବାନ ବେହେରା, ସମସ୍ତ ଗ୍ରାମ ପଞ୍ଚାୟତ ପିଇଓ, ଅଙ୍ଗନୱାଡି କର୍ମୀ, ବିଭିନ୍ନ ଲୋକପ୍ରତିନିଧି ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ